ମୁମ୍ବାଇ: ଥମୁନି ଲଜ୍ଜା । ସଭ୍ୟ ମଣିଷ ଘଟାଇ ଚାଲିଛି ଗୋଟାଏ ପରେ ଗୋଟାଏ ବର୍ବର କାଣ୍ଡ । ଦେଶରେ ନାବାଳିକା ଦୁଷ୍କର୍ମ ମାମଲା ହୁ ହୁ ହୋଇ ବଢି଼ ଚାଲିଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲାରରେ ପୁଣି ଜଣେ 16 ବର୍ଷୀୟ ଆଦିବାସୀ ସମ୍ପ୍ରଦାୟର ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ପ୍ରକାଶ ପାଇଛି । ଏନେଇ ରବିବାର(ଆଜି) ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ମୁତାବକ, ଗତ ବୁଧବାର ଦିନ ପାଲଘର ଜିଲ୍ଲା ମନୋର ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ନାବାଳିକାଟି ଗାଈ ଚରାଇବାକୁ କ୍ଷେତକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ତାକୁ ଏକ ବୁଦାକୁ ଟାଣି ଟାଣି ନେଇ ଯାଇଥିଲା ଏବଂ ତା' ସହ ଦୁଷ୍କର୍ମ କରିଥିଲା ।