ଓଡିଶା

odisha

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ନାବାଳକକୁ ଛେଚିଲେ ଗାଁଲୋକେ

By

Published : May 10, 2020, 7:03 PM IST

ଉତ୍ତପ ପ୍ରଦେଶରେ ଘଟମପୁରରେ ଲଜ୍ଜା । ଜଣ 10 ବର୍ଷର ନାବାଳିକାକୁ 14 ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତକୁ ନିସ୍ତୁକ ପିଟିଲେ ଗାଁଲୋକେ । ଅଧିକ ପଢନ୍ତୁ...

Teen booked for raping 10-year-old girl in UP
ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ନାବାଳକକୁ ଛେଚିଲେ ଗାଁଲୋକେ

ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଘଟମପୁର ଜିଲ୍ଲାରେ ଲଜ୍ଜା । ଜଣ 10 ବର୍ଷର ନାବାଳିକାକୁ 14 ବର୍ଷର ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଏନେଇ ପୀଡିତାର ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଘଟମପୁର ଥାନା ଅଧିକାରୀ ରବିଶ କୁମାର କହିଛନ୍ତି ଯେ, ନାବାଳକ ଜଣକଙ୍କୁ ପଚରା ଉଚରା କରାଯାଉଛି । ରବିବାର ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବା ପରେ ଅଭିଯୁକ୍ତଙ୍କୁ ନାବାଳିକା ସୁଧାର ଗୃହକୁ ପଠାଯିବ। ।

ସୂଚନା ଅନୁସାରେ, ରିନ୍ଧ ନଦୀ ନିକଟରେ ଗୋରୁ ଚରାଇବା ପାଇଁ ନାବାଳିକା ଜଣକ ଯାଇଥିବା ସମୟରେ ନାବାଳକ ଜଣକ ତାଙ୍କୁ ସେଠାରେ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣକ ଘରକୁ ଫେରି ସମସ୍ତ କଥା ପରିବାର ଲୋକଙ୍କୁ କହିଥିଲେ । ପରେ ପରିବାର ଲୋକେ ଓ ଗ୍ରାମବାସୀମାନେ ନାବାଳକକୁ ନିସ୍ତୁକ ମାଡ ମାରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳକଙ୍କୁ ନିଜ ହେପାଜତକୁ ନେଇ ଥିବା ଜଣାପଡିଛି। ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ସହିତ ଡାକ୍ତରୀ ମାଇନା ମଧ୍ୟ କରାଯାଇଥିଲା ।

ସୌଜନ୍ୟ @IANS

ABOUT THE AUTHOR

...view details