ଓଡିଶା

odisha

ETV Bharat / bharat

ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ସ୍ପାଇସଜେଟରେ ଯାନ୍ତ୍ରିକ ତୃଟି, ଯାତ୍ରୀ ଭୟଭୀତ - ସ୍ପାଇସଜେଟରେ ତୃଟି, ଯାତ୍ରୀ ଭୟଭୀତ

ଚେନ୍ନାଇ ବିମାନ ବନ୍ଦରରେ ଅବତରଣ ସମୟରେ ସ୍ପାଇସଜେଟ ବିମାନରେ ଦେଖାଗଲା ତୃଟି । ଆଉ ତାପରେ...

ପ୍ରତିକାତ୍ମକ ଫଟୋ

By

Published : Oct 9, 2019, 11:33 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ସମୟରେ ସ୍ପାଇସଜେଟ ବିମାନରେ ବୁଧବାର ରାତିରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ଏନେଇ ବିମାନରେ ଥିବା 153 ଜଣ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । କିନ୍ତୁ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା ।

ବିମାନ କମ୍ପାନୀର ପ୍ରବକ୍ତାଙ୍କ ସୂଚନାନୂଯାୟୀ, ବୋଇଙ୍ଗ ବି-737 ଏୟାରକ୍ରାଫ୍ଟ ଦିଲ୍ଲୀରୁ ଆସି ଚେନ୍ନାଇରେ ଅବତରଣ କରିବା ସମୟରେ ତାର ପଙ୍ଖାରେ ତୃଟି ଦେଖାଦେଇଥିଲା । ଏହାର ଫ୍ଲାସ ଖୋଲି ନଥିଲା । କିନ୍ତୁ ପାଇଲଟ ଏହାକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ ।

ଏହି ଫ୍ଲାସର ବ୍ୟବହାର କେବଳ ଉଡାଣ ଓ ଅବତରଣ ବେଳେ ହିଁ କରାଯାଇଥାଏ । ଏହା ବିମାନର ଗତିକୁ କମ କରିବାରେ ସାହାଯ୍ୟ କରିଥାଏ ।

ABOUT THE AUTHOR

...view details