ଓଡିଶା

odisha

ETV Bharat / bharat

ସିକ୍କିମ ପର୍ବତରେ ସେନାର ସାହସିକତା, 15 ହଜାର ଫୁଟ୍ ଉଚ୍ଚରୁ ହେଲିକପ୍ଟର କ୍ରିୟୁ ଉଦ୍ଧାର - helicopter crew in daring ops in Sikkim

ଭାରତୀୟ ବାୟୁସେନା ଓ ସେନାର ମିଳିତ ଅପରେସନରେ ଉତ୍ତର ସିକିମର 15,500 ଫୁଟ ଉଚ୍ଚ ତୁଷାରପାତ ପର୍ବତରୁ ଏମଆଇ17 ର 6 ଜଣ ହେଲିକପ୍ଟର କ୍ରିୟୁ ସଦସ୍ୟ ଉଦ୍ଧାର ହୋଇଛନ୍ତି।

Team of Army, IAF personnel rescue helicopter crew in daring ops in Sikkim
ସିକିମ ପର୍ବତରେ ସେନାର ସାହାସିକତା, 15 ହଜାର ଫୁଟ୍ ଉଚ୍ଚରୁ ଉଦ୍ଧାର ହେଲେ ହେଲିକାପ୍ଟର କର୍ମଚାରୀ

By

Published : May 9, 2020, 12:06 PM IST

Updated : May 9, 2020, 12:18 PM IST

ନୂଆଦିଲ୍ଲୀ: ସାହସ ଓ ସଙ୍ଘର୍ଷର ଅନ୍ୟନାମ ସେନା। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାମ କରି ଭାରତମାତାକୁ ଶତ୍ରୁକବଳରୁ ସୁରକ୍ଷା ଦେଇଆସିଛି। ନିଜର ସେହି ଉତ୍ସର୍ଗୀକୃତ ମନୋଭାବ ପାଇଁ ସେନା ସର୍ବଦା ସମ୍ମାନର ହକଦାର। ଯାହାର ଆଉ ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି 15 ହଜାର ଫୁଟ୍ ଉଚ୍ଚ ପର୍ବତ ଶିଖରେ।

ଭାରତୀୟ ବାୟୁସେନା ଓ ସେନାର ମିଳିତ ଅପରେସନରେ ଏହା ସଫଳ ହୋଇଛି। ଶୁକ୍ରବାର ଉତ୍ତର ସିକିମର 15,500 ଫୁଟ ଉଚ୍ଚ ତୁଷାରପାତ ପର୍ବତରୁ ଏମଆଇ17 ର 6 ଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରି ନିଜ ସାହସିକତା ପ୍ରଦର୍ଶନ କରିଛି।

ସେନା ଅଧିକାରୀ କହିଛନ୍ତି, '' ଭାରତୀୟ ସୈନ୍ୟବାହିନୀ ଏବଂ ଆଇଏଏଫ୍ ହେଲିକପ୍ଟରଗୁଡିକ ସୈନ୍ୟବାହିନୀ ସହିତ ମିଶି ସିକ୍କିମରେ 15,500 ଫୁଟ ଉଚ୍ଚତାରୁ ଫସି ରହିଥିବା କ୍ରିୟୁ ସଦସ୍ୟଙ୍କୁ ଏୟାରକ୍ରାଫ୍ଟରେ ସାହସିକତାର ସହ ଉଦ୍ଧାର କରିଛନ୍ତି।''

ଚପରରେ ଥିବା ଆଇଏଏଫ୍ ସମସ୍ତ 4ଟି ଏୟାରକ୍ରାଫ୍ଟ ଏବଂ ଦୁଇଜଣ ଭାରତୀୟ ସେନା କର୍ମଚାରୀ ଜରୁରୀକାଳୀନ ଅବତରଣ କରିବା ପରେ ସୁରକ୍ଷିତ ଥିବା ଅଧିକାରୀ ଜଣକ କହିଛନ୍ତି। ତେବେ କେଉଁ କାରଣ ପାଇଁ ଏମଆଇ 17 ଚପରର ଜରୁରୀକାଳୀନ ଅବତରଣ କରିଥିଲା ସେନେଇ ଆଇଏଏଫ୍ ତଦନ୍ତ ନିର୍ଦ୍ଦେଶ ଦେଇସାରିଛି।

Last Updated : May 9, 2020, 12:18 PM IST

For All Latest Updates

ABOUT THE AUTHOR

...view details