ଓଡିଶା

odisha

ETV Bharat / bharat

ପରୀକ୍ଷା କେନ୍ଦ୍ରରେ ଶିକ୍ଷକଙ୍କୁ ପିପିଇ କିଟ ଯୋଗାଇବେ ତାମିଲନାଡୁ ସରକାର

କଣ୍ଟେନମେଣ୍ଟ ଜୋନରେ ଥିବା ପରୀକ୍ଷା କେନ୍ଦ୍ରରେ ଯେଉଁ ଶିକ୍ଷକ ନିୟୋଜିତ ହୋଇଛନ୍ତି ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପିପିଇ କିଟ ଯୋଗାଇବ ବୋଲି କହିଛନ୍ତି ତାମିଲନାଡୁ ସରକାର ।

By

Published : May 18, 2020, 2:35 PM IST

ପରୀକ୍ଷା କେନ୍ଦ୍ରରେ ଶିକ୍ଷଙ୍କୁ ପିପିଇ କିଟ ଯୋଗାଇବେ ତାମିଲନାଡୁ ସରକାର
ପରୀକ୍ଷା କେନ୍ଦ୍ରରେ ଶିକ୍ଷଙ୍କୁ ପିପିଇ କିଟ ଯୋଗାଇବେ ତାମିଲନାଡୁ ସରକାର

ଚେନ୍ନାଇ: କଣ୍ଟେନମେଣ୍ଟ ଜୋନରେ ଥିବା ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ଗୁଡିକରେ ଯେଉଁ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ତାଙ୍କୁ ପିପିଇ କିଟ ଯୋଗାଇବେ ବୋଲି କହିଛନ୍ତି ତାମିଲନାଡୁ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ କେ ଏ ସେଙ୍ଗୋଟାଇୟାନ୍ । ରବିବାର ଏରୋଡ ଜିଲ୍ଲାର ଗୋବିଚେଟିପାଲାୟାମରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନରେ ଛାତ୍ରୀଛାତ୍ର ମାନଙ୍କ ପାଇଁ ପୃଥକ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ତାଙ୍କ କହିବାନୁସାରେ, ବିଦ୍ୟାଳୟ ଶିକ୍ଷା ବିଭାଗ ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ଜରିଆରେ ଜାଣିବାକୁ ପାଇଥିଲା ଯେ ପରୀକ୍ଷାରେ ଉପସ୍ଥିତ କୌଣସି ଛାତ୍ର କୋଭିଡ-19 ଦ୍ବାରା ସଂକ୍ରମିତ ହୋଇନାହାଁନ୍ତି । ଏବଂ ପରୀକ୍ଷା କେନ୍ଦ୍ରରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀମାନେ ଯଦି ବର୍ତ୍ତମାନ ଅନ୍ୟ ଜିଲ୍ଲା କିମ୍ବା ରାଜ୍ୟରେ ରୁହନ୍ତି ତେବେ ସେମାନଙ୍କୁ ଇ-ପାସ୍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପିତା କିମ୍ବା ମାତା ସେମାନଙ୍କୁ ପରୀକ୍ଷା ଦେବାକୁ ନିଜ ସହରକୁ ଯିବାକୁ ଅନୁମତି ଦିଆଯିବ । ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ପରୀକ୍ଷା ତାରିଖର ତିନି ଦିନ ପୂର୍ବରୁ ନିଜ ନିଜ ବିଦ୍ୟାଳୟରେ ପହଞ୍ଚିବା ଉଚିତ୍ ଏବଂ ସେମାନଙ୍କୁ ଆଣିବା ପାଇଁ ସମ୍ପୃକ୍ତ ବିଦ୍ୟାଳୟ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ଉଚିତ । ପରୀକ୍ଷା କାର୍ଯ୍ୟସୂଚୀ ଏବଂ ଅନ୍ୟାନ୍ୟ ବିବରଣୀ ପାହାଡିଆ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶିକ୍ଷାମନ୍ତ୍ରୀ ସେଙ୍ଗୋଟାଇୟାନ୍ କହିଛନ୍ତି ।

For All Latest Updates

ABOUT THE AUTHOR

...view details