ହାଇଦ୍ରାବାଦ: ଏମିତି ତ ଗୁରୁଙ୍କ ପାଇଁ ଗୋଟିଏ ଦିନ କେବେ ମଧ୍ୟ ପର୍ଯ୍ୟାପ୍ତ ହୋଇପାରିବ ନାହିଁ । କିନ୍ତୁ ଜୀବନ ବ୍ୟସ୍ତତା ଭିତରୁ ଗୋଟିଏ ଦିନ ବାହାର କରି ଅଜ୍ଞାନ ଅନ୍ଧକାର ମଧ୍ୟରେ ଜ୍ଞାନର ଆଲୋକ ବୁଣିଥିବା ସେହି ଗୁରୁଙ୍କୁ ମନେ ପକାଇଥାନ୍ତି ସମସ୍ତେ । ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନକୁ ସାରା ଭାରତ ବର୍ଷରେ ଗୁରୁଦିବସ ଭାବେ ପାଳନ କରାଯାଏ । ସେ ଜଣେ ବିଦ୍ବାନ ବ୍ୟକ୍ତିତ୍ବ ସହ ଜଣେ ମହାନ ଶିକ୍ଷକ ଥିଲେ । ତେଣୁ ପ୍ରତିବର୍ଷ ସେପ୍ଟେମ୍ବର 5 ତାରିଖରେ ଗୁରୁଦିବସ ପାଳିତ ହୁଏ । ସାରା ଦେଶର ସ୍କୁଲ କଲେଜ ମାନଙ୍କରେ ଗୁରୁଦିବସ ପାଳନ ପାଇଁ ବିଭିନ୍ନ ଆୟୋଜନ ମାନ କରାଯାଇଥାଏ । ସମାଜକୁ ସୁନ୍ଦର କରି ଗଢ଼ି ତୋଳିବାରେ ଶିକ୍ଷକଙ୍କ ମହତ୍ବପୂର୍ଣ୍ଣ ଭୂମିକାକୁ ମନେ ପକାଇଥାନ୍ତି ସଭିଏଁ ।
ଗୁରୁଦିବସର ଆରମ୍ଭ
ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଯେତେବେଳେ ପ୍ରଥମ କରି ରାଷ୍ଟ୍ରପତି ହୋଇଥିଲେ ତାଙ୍କର କିଛି ବନ୍ଧୁ ଓ ଛାତ୍ର ତାଙ୍କ ଜନ୍ମଦିନ ପାଳନ କରିବାକୁ ଆଗ୍ରହ କରିବାରୁ ସର୍ବପଲ୍ଲୀ କହିଥିଲେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନଟିକୁ ଶିକ୍ଷକଙ୍କ ପାଇଁ ପାଳନ କରାଗଲେ ମୁଁ ଅଧିକ ଗର୍ବ ଅନୁଭବ କରିବି । ସେ ଭାରତ ଓ ବାଂଲାଦେଶର ମହାନ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହା କରିବାକୁ ଚାହୁଁଥିଲେ । ଏହାପର ଠାରୁ ସେପ୍ଟେମ୍ବର 5 ତାରିଖକୁ ଗୁରୁଦିବସ ଭାବେ ସାରା ଭାରତରେ ପାଳନ କରାଯାଉଛି ।
ଗୁରୁଦିବସର ମହତ୍ତ୍ବ
ଗୁରୁ ଯେ ଆମକୁ ଭଲ ମଣିଷ କରି ଗଢ଼ି ତୋଳନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ଆମ ମସ୍ତିସ୍କ ଓ ଚରିତ୍ରକୁ ସଜାଡିବାରେ ସହାୟକ ହୁଅନ୍ତି ଶିକ୍ଷକ । ନୂତନ ପିଢ଼ିକୁ ଶିକ୍ଷିତ କରି ଏକ ନୂତନ ବିଶ୍ବ ସୃଷ୍ଟି କରନ୍ତି ଶିକ୍ଷକ ।
ନେଲସନ ମାଣ୍ଡେଲା ଥରେ କହିଥିଲେ, ‘‘ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଯାହାକୁ ବିଶ୍ବ ପରିବର୍ତ୍ତନ ପାଇଁ ବ୍ୟବହାର କରାଯାଇପାରେ । ଜଣେ ଶିକ୍ଷକ ଅଗଣିତ ଛାତ୍ରଙ୍କୁ ବୟସର ବିଭିନ୍ନ ଚରଣରେ ଶିକ୍ଷା ଓ ମାର୍ଗଦର୍ଶନ ଦେଇ ସମାଜରେ ସେବା କରନ୍ତି । ଜଣେ ଛାତ୍ର ଜୀବନରେ ଶିକ୍ଷକ ଭିନ୍ନ ଭିନ୍ନ ଭୂମିକା ନିର୍ବାହ କରିଥାନ୍ତି । ଶିକ୍ଷକ ଦାର୍ଶନିକ ଭାବେ ଛାତ୍ରଙ୍କୁ ଦୁନିଆର ଭିନ୍ନ ଭିନ୍ନ ମାର୍ଗ ବିଷୟରେ ଅବଗତ କରାଇଥାନ୍ତି । ମାଆଙ୍କ ପରେ ପିଲାମାନେ ସବୁଠାରୁ ଅଧିକ ସମୟ ଶିକ୍ଷକଙ୍କ ସହ ଅତିବାହିତ କରିଥାନ୍ତି । ଛାତ୍ରଙ୍କ ଜ୍ଞାନ ବିକାଶ କରିବାର ଦାୟିତ୍ବ ଶିକ୍ଷକଙ୍କ କାନ୍ଧରେ ନ୍ୟସ୍ତ ଥାଏ ।’’
ଗୁରୁଦିବସ ନେଇ ଚୁକ୍ତି
- ପ୍ରଥମ ଥର ପାଇଁ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ(NCTE) ଶିକ୍ଷା କ୍ଷେତ୍ରରେ ଉଲ୍କେଖନୀୟ ଅବଦାନ ଦେଇଥିବା ପ୍ରତି ଅଞ୍ଚଳର 5 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି ।
- ସମସ୍ତ 5 ଜଣ ଶିକ୍ଷକଙ୍କୁ ‘ଶ୍ରେଷ୍ଠ ଶିକ୍ଷକ’ ସମ୍ମାନରେ ସମାନ୍ନିତ କରାଯିବ ।
- 20 ଜଣ ବିଶିଷ୍ଟ ଶିକ୍ଷକଙ୍କୁ ନଗଦ 25000 ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଧାର୍ଯ୍ୟ କରାଯାଇଛି ।
- ଏହି ପୁରସ୍କାର ପ୍ରଦାନର ମୂଳ ଲକ୍ଷ୍ୟ ହେଉଛି ଶିକ୍ଷା କ୍ଷେତ୍ରରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥିବା ଶିକ୍ଷକଙ୍କୁ ଲୋକଲୋଚନକୁ ଆଣିବା
- ଗୁରୁ ଦିବସରେ କିଛି କାର୍ଯ୍ୟକ୍ରମ:
- ଇତିହାସରେ ପ୍ରଥମ ଥର ପାଇଁ 5 ସେପ୍ଟେମ୍ବର ସ୍ଥାନରେ 6 ସେପ୍ଟେମ୍ବରରେ ଗୁରୁଦିବସ ପାଳନ କରିବ ମଧ୍ୟପ୍ରଦେଶ । କାରଣ ମଧ୍ୟପ୍ରଦେଶ ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ଡ. ପ୍ରଭୁରାମ ଚୌଧୁରୀ ବର୍ତ୍ତମାନ ଏକ ଏଜୁକେସନ ଜଙ୍କେଟରେ ଯୋଗ ଦେବା ପାଇଁ ଦକ୍ଷିଣ କୋରିଆରେ ଅଛନ୍ତି । ସେ ସେପ୍ଟେମ୍ବର 6 ତାରିଖ ସକାଳୁ ଆସି ପହଁଞ୍ଚିବେ ତେଣୁ 5 ତାରିଖ ଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲେ ମଧ୍ୟ ମୁଖ୍ୟ କାର୍ଯ୍ୟକ୍ରମ ନ୍ୟାସନାଲ ଟିଚର ଆୱାର୍ଡର ଆୟୋଜନ ସେପ୍ଟେମ୍ବର 6 ତାରିଖରେ କରାଯିବାର ସ୍ଥିରିକୃତ ହୋଇଛି ।