ଓଡିଶା

odisha

ସର୍ବଶ୍ରେଷ୍ଠ ଭୂମିକା ପାଇଁ ଦେଶବ୍ୟାପୀ 47 ଶିକ୍ଷକଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

By

Published : Sep 5, 2020, 9:56 AM IST

ଆଜି ଦେଶ ପାଳୁଛି ଗୁରୁଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ 2020 ବର୍ଷର ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିବେ। ଚଳିତ ବର୍ଷ ଏହାକୁ ଭର୍ଚୁଆଲରେ ଆୟୋଜନ କରାଯିବ। ଏନେଇ ସାରା ଦେଶରୁ ସ୍ବଚ୍ଛ ପ୍ରକ୍ରିୟାରେ 47 ଜଣ ଶିକ୍ଷକଙ୍କୁ ଚୟନ କରାଯାଇଛି।

ଜାତୀୟ ଶିକ୍ଷକ ପୁରସ୍କାର 2020, ଭର୍ଚୁଆଲରେ 47 ଶିକ୍ଷକଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ଜାତୀୟ ଶିକ୍ଷକ ପୁରସ୍କାର 2020, ଭର୍ଚୁଆଲରେ 47 ଶିକ୍ଷକଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ଗୁରୁଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ 2020 ବର୍ଷର ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିବେ। ଚଳିତ ବର୍ଷ ଏହାକୁ ଭର୍ଚୁଆଲରେ ଆୟୋଜନ କରାଯିବ। ଏନେଇ ସାରା ଦେଶରୁ ସ୍ବଚ୍ଛ ପ୍ରକ୍ରିୟାରେ 47 ଜଣ ଶିକ୍ଷକଙ୍କୁ ଚୟନ କରାଯାଇଛି।

ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ଟ୍ୱିଟରକୁ ଯାଇ କହିଛନ୍ତି ଯେ, ''ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୌଜନ୍ୟମୂଳକ ପରିଦର୍ଶନ କରି ତାଙ୍କୁ 'ଶିକ୍ଷକ ଦିବସ' ଅବସରରେ 5 ସେପ୍ଟେମ୍ବର 2020ରେ ଆୟୋଜିତ ହେବାକୁ ଥିବା ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରିଛନ୍ତି। ଏବଂ ଜାତୀୟ ଶିକ୍ଷକ ପୁରସ୍କାର କାର୍ଯ୍ୟକ୍ରମ'ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।''

ପ୍ରତିବର୍ଷ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରୁ ଶିକ୍ଷକମାନଙ୍କର ଅସାଧାରଣ ତଥା ସମ୍ମାନଜନକ ପ୍ରୟାସକୁ ସ୍ୱୀକୃତି ଏବଂ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ମହାମାରୀ ହେତୁ ଚଳିତ ବର୍ଷ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ରାଷ୍ଟ୍ରପତି କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ।

ପୁରସ୍କାର ପ୍ରଦାନ ବ୍ୟତୀତ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ନିକଟରେ ପରିଚିତ ଜାତୀୟ ଶିକ୍ଷା ନୀତି 2020ର ପ୍ରମୁଖ ବୈଶିଷ୍ଟ୍ୟଗୁଡିକୁ ଆଲୋଚନା କରିବା ପାଇଁ ୱେବିନାର୍ ଆୟୋଜନ କରାଯିବ।

ଟ୍ୱିଟର, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଚାଲିବ। ଦେଶର କେତେକ ଶ୍ରେଷ୍ଠ ଶିକ୍ଷକଙ୍କ ଅନନ୍ୟ ଅବଦାନକୁ ପାଳନ କରିବା ଏବଂ ସେହି ଶିକ୍ଷକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଯେଉଁମାନେ ସେମାନଙ୍କ ପ୍ରତିବଦ୍ଧତା ଏବଂ ଶିକ୍ଷା ମାଧ୍ୟମରେ କେବଳ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ଉନ୍ନତ କରିନାହାଁନ୍ତି ବରଂ ଛାତ୍ରଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ।

ABOUT THE AUTHOR

...view details