ଓଡିଶା

odisha

ETV Bharat / bharat

ଲକଡାଉନରେ ପିଲାଙ୍କୁ ଶିଖାନ୍ତୁ କିଛି ନୂଆ...

ପିଲାଙ୍କୁ ପେପରରେ ଥ୍ରିଡି ଘର ବନାଇବା ଶିଖାନ୍ତୁ । ଏହା ଖୁବ୍ ସହଜ ଏବଂ ଏଥିରେ ଆପଣ ଅନେକ ଶିକ୍ଷଣୀୟ କଥା କହିପାରିବେ । ଅଧିକ ପଢନ୍ତୁ...

By

Published : May 21, 2020, 7:11 PM IST

ଲକଡାଉନରେ ପିଲାଙ୍କୁ ଦିଅନ୍ତୁ କ୍ରାଫ୍ଟସ ଶିକ୍ଷା
ଲକଡାଉନରେ ପିଲାଙ୍କୁ ଦିଅନ୍ତୁ କ୍ରାଫ୍ଟସ ଶିକ୍ଷା

ହାଇଦ୍ରାବାଦ: କୋରୋନା ଭୂତାଣୁରେ ସମସ୍ତେ ଘରେ ବସି ରହିଛନ୍ତି । ଅଫିସ ଓ ସ୍କୁଲ, କଲେଜ ବନ୍ଦ । ଛୋଟଠାରୁ ବଡ ସମସ୍ତେ ଘରେ ବନ୍ଦୀ । ଏହି ସମୟରେ ସବୁଠୁ ଅଧିକ ଟେନସନ ବାପା ମାଆଙ୍କର ରହିଛି । କାରଣ ଲକଡାଉନ ଯୋଗୁଁ ଘରେ ପିଲାଙ୍କ କୋଳାହଳ ସବୁବେଳେ ଲାଗି ରହିଛି । ଫଳରେ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡୁଛି ।

ଅଫିସ ସହ ଘରେ କାମ କରିବାବେଳେ ପିଲାଙ୍କ କାର୍ଯ୍ୟକଳାପ ଅନେକ ସମସ୍ୟା ସୃଷ୍ଟି କରିଛି । ପାଠପଢା ଛଡା ଅନ୍ୟ ସମୟରେ ଅଭିଭାବକଙ୍କୁ ଏହି ଚିନ୍ତା ଘାରୁଛି । କିପରି ସେମାନଙ୍କୁ ଶାନ୍ତ ରଖିବେ ସେମାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ ଏହି ସମୟରେ ପିଲାଙ୍କୁ କିପରି ଚୁପଚାପ ଏକ ଶିକ୍ଷଣୀୟ କାମରେ ଲଗାଇବେ ଆଜି ସେ ଟିପ୍ସ ଆମେ ଆପଣଙ୍କୁ ବତାଇବୁ । ଏହି ଟିପ୍ସ କେବଳ ଆପଣଙ୍କ ଚିନ୍ତା ଦୂର କରିବନି ପିଲାଙ୍କୁ ଏକ ଶିକ୍ଷା ମଧ୍ୟ ଦେବ । ଏହାସହ ସେମାନଙ୍କ ବୌଦ୍ଧିକ ବିକାଶରେ ମଧ୍ୟ ସାହାଯ୍ୟ କରିବ ।

ଏହା ହେଉଛି କ୍ରାଫ୍ଟ ବା ହସ୍ତଶିଳ୍ପ । ସ୍କୁଲରେ ପିଲାଙ୍କୁ ଏହା ଉପରେ ଅନେକ ଶିକ୍ଷା ଦିଆଯାଏ । ଆପଣ ଘରେ ମଧ୍ୟ ଏହାର ଟ୍ରାଏ କରିପାରିବେ । ଏଥିପାଇଁ ବେଶୀ ଖର୍ଚ୍ଚ ନାହିଁ କି ବାହାରକୁ ଯିବାର ଆବଶ୍ୟକ ନାହିଁ । ଘରେ ଥିବା ସାମଗ୍ରୀରେ ଏହା ପିଲାଙ୍କୁ ଶିଖାଇପାରିବେ । ଏହିସବୁ ଶିଖିବା ଦ୍ବାରା ସେମାନେ ନିଜକୁ ବ୍ୟସ୍ତ ରଖିବେ ଏବଂ ଏଥିରେ କାମ କରିବା ଫଳରେ କୌଣସି ସମସ୍ୟାର ସମାଧାନ ଦିଗରେ ସେମାନଙ୍କ ମୁଣ୍ଡ ଖେଳିବ । ଯାହାଦ୍ବାରା ସେମାନେ ଅଧିକ ବୁଦ୍ଧିମାନ ହେବେ । ସବୁଠୁ ସହଜ କ୍ରାଫ୍ଟ ହେଉଛି ପେପର ଫିସ୍ ବନାନ୍ତୁ । ସାଧାରଣତଃ ଫିସ୍ ପିଲାଙ୍କୁ ଆଟ୍ରାକ୍ଟ କରିଥାଏ । ଆଉ ସେଥିରେ ଏହାକୁ ଥ୍ରିଡି ଫିସ୍ ବନାଇଲେ ସେମାନେ ନିଶ୍ଚୟ ଖୁସି ହେବେ । କ୍ରାଫ୍ଟ ପେପର, କଇଁଛି ଓ ଗ୍ଲୁ ଷ୍ଟିକ୍ ଦ୍ବାରା ଏହି ସାଧାରଣ କ୍ରାଫ୍ଟ ପିଲାଙ୍କୁ ଶିଖାନ୍ତୁ ।

ପିଲାଙ୍କୁ ପେପରରେ ଥ୍ରିଡି ଘର ବନାଇବା ଶିଖାନ୍ତୁ । ଏହା ଖୁବ୍ ସହଜ ଏବଂ ଏଥିରେ ଆପଣ ଅନେକ ଶିକ୍ଷଣୀୟ କଥା କହିପାରିବେ । ଯେପରି ଆମେ ଏବେ ଏକ ଘରେ ରହିଛୁ । ତେଣୁ ଆଉ ଏକ ଘର ତିଆରି କରିବାବେଳେ ଘରର ପ୍ରକୃତ ଅର୍ଥ ଓ ପାରିବାରିକ ଶିକ୍ଷା ଆପଣ ପିଲାଙ୍କୁ ଦେଇପାରିବେ । ସେହିପରି ପିଲାଙ୍କୁ ୱିଣ୍ଡମିଲ୍ ବହୁତ ପସନ୍ଦ । ବଜାରରେ ବୁଲିବାବେଳେ ଏହାକୁ କିଣିବାକୁ ଜିଦ ଧରିଥାନ୍ତି । ଏପରି ସମୟରେ ବାହାରକୁ ଯିବା ଅସମ୍ଭବ । ତେଣୁ ଘରେ ଏହା ବନାଇବାକୁ ପିଲାଙ୍କୁ ଶିଖାଇ ଦିଅନ୍ତୁ । ନିଜେ ବନାଇପାରିବା ସହ ସେମାନେ ଏହାସହ ସବୁବେଳେ ଖେଳିପାରିବେ । କାଗଜରେ ହୋଇଥିବାରୁ ଥରେ ଛିଡିଗଲେ ଏହାକୁ ଆଉଥରେ ବନାଇବାକୁ ଆଗ୍ରହ ପ୍ରକାଶ କରିବେ । ଏପରି ଦ୍ବାରା ସେମାନେ ଜିନିଷକୁ ସାବଧାନରେ ସାଇତି ରଖିବା ଶିଖିବେ ।

ଆପଣଙ୍କ ପିଲାଙ୍କ ପେପର କ୍ରାଫ୍ଟ ଘର ସଜାଇବାରେ ମଧ୍ୟ କାମରେ ଆସିବ । ପେପରରେ ଫୁଲ ବନାଇବା ଶିଖାଇ ଦିଅନ୍ତୁ । ଆର୍ଟରେ ରୁଚି ଥିବା ପିଲା ଏହାକୁ ନିଶ୍ଚୟ ସୁନ୍ଦର ଭାବେ ବନାଇପାରିବେ । ଫଳରେ ଆପଣ ଏହାକୁ ଘରର କୌଣସି ଜାଗାରେ ସଜାଇ ରଖିପାରିବେ । ସରପ୍ରାଇଜ ମେସେଜ କାର୍ଡ ବନାଇବା ଶିଖାନ୍ତୁ । ଏହାଦ୍ବାରା ବିଭିନ୍ନ ସେଲିବ୍ରେସନରେ ପିଲା ନିଜ ସାଙ୍ଗକୁ ଏହା ବନାଇ ଦେଇପାରିବେ । ଆପଣଙ୍କ ଅଯଥା ଗିଫ୍ଟ ଟେନସନ ଦୂର ହେବା ସହ ପିଲାଙ୍କୁ ଏହା ଉତ୍ତମ ଶିକ୍ଷା ମଧ୍ୟ ଦେବ । ସବୁଠୁ ବଡ ଜିନିଷ ପିଲାଙ୍କୁ ୱାଲ ହ୍ୟାଙ୍ଗଙ୍ଗି ଶିଖାନ୍ତୁ । ଏହା ସବୁଠାରୁ ମଜଦାର ଜିନିଷ । ଯାହା ପିଲାଙ୍କୁ ଶିଖିବାକୁ ସମୟ ଲାଗିବ କିନ୍ତୁ ଥରେ ଶିଖିଗଲେ ସେମାନଙ୍କ ସହ ଆପଣଙ୍କ ଘର ସଜ୍ଜା ପାଇଁ ଏହା କାମରେ ଆସିବ । ଘରର ନ୍ୟୁଜ ପେପର ବିକ୍ରି ନକରି ଏହାର ସଠିକ ବ୍ୟବହାର କରନ୍ତୁ । ଏଥିରେ ପେପର ବ୍ୟାଗ ବନାନ୍ତୁ । ଏହା ପିଲାଙ୍କୁ ପ୍ଲାଷ୍ଟିକ ବିରୋଧୀ ବାର୍ତ୍ତା ଦେବ ।

ABOUT THE AUTHOR

...view details