ଓଡିଶା

odisha

ETV Bharat / bharat

ଡାକ୍ତରଙ୍କୁ ପିଟିପିଟି ହତ୍ୟା କଲେ ଚା' ବଗିଚା କର୍ମୀ

ଆସାମର ଜୋରହାଟ ଜିଲ୍ଲା ସ୍ଥିତ ଟିଓକ ଚା ବଗିଚାର ଜଣେ କର୍ମୀଙ୍କ ଚିକିତ୍ସା ଆବସ୍ଥାରେ ମୃତ୍ୟୁ ହେବାପରେ ତାଙ୍କ ସହକର୍ମୀ ଡାକ୍ତରଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।

By

Published : Sep 1, 2019, 3:22 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଗୌହାଟି: ଆସାମର ଜୋରହାଟ ଜିଲ୍ଲାର ଏକ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ 73 ବର୍ଷୀୟ ଡାକ୍ତରଙ୍କୁ ଚା' ବଗିଚାରେ କାମ କରୁଥିବା କିଛି ବ୍ୟକ୍ତି ପିଟି ପିଟି ମାରିଦେଇଛନ୍ତି ।

ସୂଚନାମୁତାବକ, ଜୋରହାଟ ଜିଲ୍ଲା ସ୍ଥିତ ଟିଓକ ଚା ବଗିଚାରେ କାର୍ଯ୍ୟରତ ଥିବା କର୍ମୀଙ୍କ ଭିତରୁ ସୋମରା ମାଝି ନାମକ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ । ଏନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା । ଏହାପରେ ତାଙ୍କ ସହକର୍ମୀ ଓ ଲୋକମାନେ ମିଶି ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିବା ସହ ସୋମରାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବହୁତ ପିଟିଥିଲେ ।

ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡାକ୍ତର ଦେବେନ ଦତ୍ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ମାଜିଷ୍ଟ୍ରେଜ ଯାଞ୍ଚ କରିବା ନେଇ ଆଦେଶ ଦିଆଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ABOUT THE AUTHOR

...view details