ଓଡିଶା

odisha

ETV Bharat / bharat

ଆନ୍ଧ୍ର ବିଧାନସଭାରେ 3 ନ୍ୟୁଜ ଚ୍ୟାନେଲକୁ ନା, ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଟିଡିପି - ଆନ୍ଧ୍ର ବିଧାନସଭାରେ 3 ନ୍ୟୁଜ ଚ୍ୟାନେଲକୁ ପ୍ରବେଶ ମନା

ଆନ୍ଧ୍ରପ୍ରଦେଶର 3ଟି ପ୍ରମୁଖ ସ୍ଥାନୀୟ ଟିଭି ଚ୍ୟାନେଲକୁ ବିଧାନସଭାରେ ପ୍ରବେଶ ଅନୁମତି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯାହାକୁ ବିରୋଧ କରି ଅମରାବତୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଟିଡିପି ନେତା ।

tdp protests
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 12, 2019, 1:49 PM IST

Updated : Dec 12, 2019, 4:16 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର 3ଟି ପ୍ରମୁଖ ସ୍ଥାନୀୟ ଟିଭି ଚ୍ୟାନେଲକୁ ବିଧାନସଭାରେ ପ୍ରବେଶ ଅନୁମତି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯାହାକୁ ବିରୋଧ କରିଛନ୍ତି ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ତଥା ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡୁ । ଏହା ବିରୋଧରେ ଆଜି ଅମରାବତୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଟିଡିପି ନେତା । ତେବେ ଗୁରୁବାର ବିଧାନସଭା ଅଧିବେଶନ ସ୍ଥଗିତ ହେବାପରେ ଏନେଇ ସେମାନେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟିବେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ସୂଚନାଯୋଗ୍ୟ ଯେ, ଗତ ବିଧାନସଭା ଅଧିବେଶନରେ ଗୃହରେ ପ୍ରବେଶ ପାଇଁ ସ୍ଥାପିତ ମାନଦଣ୍ଡର ଉଲଙ୍ଘନ କରୁଥିବା ଦର୍ଶାଇ ବିଧାନସଭା ଅଧ୍ୟକ୍ଷ ତାମିନେନି ସୀତାରାମ 3 ଟି ସ୍ଥାନୀୟ ନ୍ୟୁଜ ଚ୍ୟାନେଲର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Last Updated : Dec 12, 2019, 4:16 PM IST

ABOUT THE AUTHOR

...view details