ଓଡିଶା

odisha

ETV Bharat / bharat

ଆନ୍ଧ୍ର ବିଧାନସଭାରେ ହଙ୍ଗାମା, ମାର୍ସାଲ ଆସିବାରୁ ବିଧାୟକଙ୍କ କକ୍ଷତ୍ୟାଗ - tdp mlas walk out of andhra pradesh assembly

ଆନ୍ଧ୍ରପ୍ରଦେଶର 3ଟି ରାଜଧାନୀ କରିବାକୁ ନେଇ ରାଜ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ରାଜ୍ୟ ବିଧାନସଭାରେ ବିରୋଧି ଆସନରେ ବସିଥିବା ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରଖିଛି। ଏପରିକି ବିଧାନସଭା ଭିତରେ ମଧ୍ୟ ଟିଡିପି ବିଧାୟକ ହୋହାଲ୍ଲା କରିବା ସହ କକ୍ଷତ୍ୟାଗ କରିଥିବା ଜଣାପଡିଛି।

andhra pradesh assembly
ଆନ୍ଧ୍ର ବିଧାନସଭାରେ ଟିଡିପିର ହଙ୍ଗାମା, ମାର୍ସାଲ ଆସିବାରୁ ବିଧାୟକଙ୍କ କକ୍ଷତ୍ୟାଗ

By

Published : Jan 22, 2020, 3:03 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର 3ଟି ରାଜଧାନୀ କରିବାକୁ ନେଇ ରାଜ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ରାଜ୍ୟର ମୁଖ୍ୟ ବିରୋଧି ଦଳ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରଖିଛି। ଏପରିକି ବିଧାନସଭା ଭିତରେ ମଧ୍ୟ ଟିଡିପି ବିଧାୟକ ହୋହାଲ୍ଲା କରିବା ସହ କକ୍ଷତ୍ୟାଗ କରିଥିବା ଜଣାପଡିଛି।

ଟିଡିପି ବିଧାୟକ ବିଧାନସଭାରେ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଉଦ୍ୟମ କରିଥିଲେ। ଟିଡିପି ବିଧାୟକଙ୍କ ଏପରି ବ୍ୟବହାର ଦେଖି ବାଚସ୍ପତି ତାଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ। ହେଲେ ସେମାନେ ନ ବସିବାରୁ ବାଚସ୍ପତି ବାଧ୍ୟ ହୋଇ ମାର୍ସାଲଙ୍କୁ ଡାକିଥିଲେ। ମାର୍ସାଲଙ୍କୁ ଡକାଯିବାରୁ ଟିଡିପି ବିଧାୟକ ବିଧାନସଭା କକ୍ଷତ୍ୟାଗ କରିଥିବା ସୂଚନା ମିଳିଛି।

ସେପଟେ ବିଧାନସଭାରେ ଟିଡିପି ବିଧାୟକଙ୍କ ଏପରି ଆଚରଣରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କ୍ଷୁବ୍ଧ ହୋଇଛନ୍ତି । ଆମେ 150 ବିଧାୟକ ଅଛୁ କିନ୍ତୁ ସେମାନେ ମାତ୍ର 10 ଜଣ ଥିବାବେଳେ ଏପରି ବ୍ୟବହାର ଦେଖାଇବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ABOUT THE AUTHOR

...view details