ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ଦକ୍ଷିଣ ଭାରତରେ ଏବେ ନିଜ ଶକ୍ତି ଜୁଟାଇବାରେ ଲାଗିଛି । ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ପରେ ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର 4ଜଣ ରାଜ୍ୟସଭା ସାଂସଦ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଇଥିଲେ। ଯାହା ଟିଡିପି ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପାଇଁ ଏକ ଶକ୍ତ ଧକ୍କା ସଦୃଶ ଥିଲା । ଏହାପରେ ଜଣଙ୍କ ପରେ ଜଣେ ଦଳ ଛାଡି ଚାଲିଯାଉଛନ୍ତି।
ପଦ୍ମ ଧରିଲେ ଆଉଜଣେ ଟିଡିପି ନେତା - ପୂର୍ବତନ ମନ୍ତ୍ରୀ ଆଦି ନାରାୟଣ ରେଡ୍ଡୀ
ଭାଜପାରେ ସାମିଲ ହେଲେ ଟିଡିପି ନେତା ନାରାୟଣ। ଦଳୀୟ ମୁଖ୍ୟଙ୍କୁ ପ୍ରତି ଜୋରଦାର ଝଟକା ସଦୃଶ।
ଫଟୋ ସୌଜନ୍ୟ: ଏଏନଆଇ
ଆଜି ପୁଣି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଦି ନାରାୟଣ ରେଡ୍ଡୀ ଟିଡିପି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଆଜି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।