ଓଡିଶା

odisha

ଚନ୍ଦ୍ରବାବୁ ନାଇଡୁ ଓ ପୁଅ ନାରା ଲୋକେଶ ଗୃହବନ୍ଦୀ

By

Published : Sep 11, 2019, 10:35 AM IST

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକେଶଙ୍କୁ ଗୃହବନ୍ଦୀ କରାଯାଇଛି ।

ଫାଇଲ ଫଟୋ

ଅମରାବତୀ: ଗୃହବନ୍ଦୀ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁଙ୍କ ସହ ତାଙ୍କ ପୁଅ ନାରା ଲୋକେଶଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆନ୍ଧ୍ର ପ୍ରଦେଶରେ ଟିଡିପି ନେତାଙ୍କ ହତ୍ୟା ବିରୋଧରେ ବୁଧବାର ଦଳୀୟ ସଦସ୍ୟଙ୍କ ସହିତ ମିଶି ଚନ୍ଦ୍ରବାବୁ ନାଇଡୁ ପ୍ରଦର୍ଶନ କରିଥାନ୍ତେ । କିନ୍ତୁ ପ୍ରଦର୍ଶନ ପୂର୍ବରୁ ହିଁ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାଜ୍ୟର ନରସରାବପେଟା, ସତନପଲ୍ଲେ, ପାଲନାଡୁ ଏବଂ ଗୁରଜଲା ଅଞ୍ଚଳରେ ଧାରା 144 ଲାଗୁ କରାଯାଇଛି । ଏହା ସହିତ ପୋଲିସ ଚନ୍ଦ୍ରବାବୁ ନାଇଡୁ ଏବଂ ନାରା ଲୋକେଶଙ୍କ ସମେତ ଅନେକ ଟିଡିପି କାର୍ଯ୍ୟକର୍ତ୍ତାଙ୍କୁ ଗୃହବନ୍ଦୀ କରାଯାଇଛି ।

ତେବେ ଗୃହବନ୍ଦୀ ହେବାପରେ ଚନ୍ଦ୍ରବାବୁ ନାଇଡୁ ନିଜ ଘରେ ହିଁ 12 ଘଣ୍ଟିଆ ଆମରଣ ଅନଶନର ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଚନ୍ଦ୍ରବାବୁଙ୍କ ଘରକୁ ଆସୁଥିବା ବହୁ ସମର୍ଥକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ABOUT THE AUTHOR

...view details