ଲକ୍ଷ୍ମୌ :ଲକଡାଉନ ଯୋଗୁଁ ଚାଲିଗଲା ଯକ୍ଷ୍ମା ରୋଗୀଙ୍କ ଜୀବନ । ଦେଶରେ ଦିନକୁ ଦିନ କୋରୋନା ପଜିଟିଭଙ୍କ ବଢୁଥିବାରୁ ମେଡିକାର ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏପରିକି, ମେଡିକାଲକୁ ଯାଇଥିବା ଅନ୍ୟ ରୋଗୀମାନେ ମଧ୍ୟ ଠିକ ଭାବରେ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଥିବାର ନଜରକୁ ଆସୁଛି ।
ଲକଡାଉନ ଯୋଗୁଁ ଚାଲିଗଲା ଯକ୍ଷ୍ମା ରୋଗୀଙ୍କ ଜୀବନ - up lock down
ଲକଡାଉନ ଯୋଗୁଁ ଚାଲିଗଲା ଯକ୍ଷ୍ମା ରୋଗୀଙ୍କ ଜୀବନ । ଚିକିତ୍ସା ଅବହେଳା କାରଣ ଦେଲେ ପରିବାର ଲୋକେ । ଅଧିକ ପଢନ୍ତୁ....
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ । ଜିଲ୍ଲାର ସଞ୍ଜୟ ନାମକ ଜଣେ ବ୍ୟକ୍ତି ଦୀର୍ଘ 6 ମାସ ହେବ ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ଆଉ ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ସେ ଚିକିତ୍ସାଧିନ ଥିଲେ । ହେଲେ, ହସ୍ପିଟାଲରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ସଞ୍ଜୟଙ୍କୁ ଠିକ ଭାବରେ ଚିକିତ୍ସା କରାଯାଇ ନଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଝିଅମାନେ କାନ୍ଧ ଦେଇଛନ୍ତି, ଯାହା ସାଧାରଣତଃ ଆମ ସମାଜରେ ଘରର ପୁଅମାନେ କରିଥାନ୍ତି । ତେବେ ସଞ୍ଜୟଙ୍କ ମୃତ୍ୟକୁ ନେଇ ପୁରା ପରିବାର ଭାଙ୍ଗି ପଡିଥିବା ବେଳେ ତାଙ୍କ ଝିଅ ସଞ୍ଜୟଙ୍କ ମୁହଁରେ ମୁଖାଗ୍ନୀ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ