ଓଡିଶା

odisha

ETV Bharat / bharat

ଟାଟାର ସ୍ବତନ୍ତ୍ର କୋଭିଡ୍ କିଟ, 90 ମିନିଟରେ ଆସିବ ରିପୋର୍ଟ - TATA's 90 minute Corona Test Kit

ଟାଟା ଗ୍ରୁପର ଚେନ୍ନାଇ ସ୍ଥିତ ପ୍ଲାଣ୍ଟରେ ଏକ ସ୍ବତନ୍ତ୍ର କୋଭିଡ-19 ପରୀକ୍ଷଣ କିଟ୍‌ ପ୍ରସ୍ତୁତ କରାଯାଇଛି । ଏହା କୋରୋନା ପରୀକ୍ଷଣର ରିପୋର୍ଟ 90 ମିନିଟ ମଧ୍ୟରେ ଦେବ । ଅଧିକ ପଢନ୍ତୁ...

TATA's Corona Test Kit will give report in 90 minutes
ଟାଟାର କୋରୋନା ଟେଷ୍ଟ କିଟ୍‌ 90 ମିନିଟରେ ଯୋଗାଇବ ରିପୋର୍ଟ

By

Published : Nov 9, 2020, 1:44 PM IST

ନୂଆଦିଲ୍ଲୀ: ଏଥର ମାତ୍ର 90 ମିନିଟରେ ଆସିବ କୋଭିଡ୍ ରିପୋର୍ଟ । ଟାଟା ଗରୁପ ଲଞ୍ଚ କଲା ସ୍ବତନ୍ତ୍ର କୋଭିଡ୍ ଟେଷ୍ଟ କିଟ୍ । ଟାଟା ଗ୍ରୁପର ସ୍ବାସ୍ଥ୍ୟବିଭାଗ ପାଇଁ କାମ କରୁଥିବା ଟାଟା ମେଡିକାଲ ଓ ଡାଇଗ୍ନୋଷ୍ଟିକ ପକ୍ଷରୁ କୋଭିଡ-19 ପରୀକ୍ଷଣ ପାଇଁ ଏକ ସ୍ବତନ୍ତ୍ର କିଟ୍‌ ଲଞ୍ଚ କରାଯାଇଛି । ଏହା ମାତ୍ର 90 ମିନିଟରେ କୋରୋନା ପରୀକ୍ଷଣ ରିପୋର୍ଟ ଦେବ । ଏହି କିଟ୍ ଡିସେମ୍ବରରୁ ହସ୍ପିଟାଲ ଓ ଲାବ୍ରୋଟୋରୀରେ ଉପଲବ୍ଧ ହେବ ବୋଲି ସିଇଓ ଗିରିଶ କ୍ରିଷ୍ଣାମୁର୍ଥୀ ସୂଚନା ଦେଇଛନ୍ତି ।

ପୂର୍ବରୁ କୋରୋନା ପରୀକ୍ଷଣ ରିପୋର୍ଟର ଅନ୍ତିମ ଫଳାଫଳ ଆସିବା ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟ ଲାଗୁଥିଲା । କେଉଁଠି 24 ଘଣ୍ଟା, ଏକ ସପ୍ତାହ ବା 4ରୁ 5ଘଣ୍ଟା ସମୟ ଲାଗୁଥିଲା । କିନ୍ତୁ ଟାଟା ଗ୍ରୁପର ଏହି କିଟ୍‌ଟି ପରୀକ୍ଷଣର ମାତ୍ର 90ମିନିଟ ମଧ୍ୟରେ ରିପୋର୍ଟ ବାହାର କରିବାରେ ସକ୍ଷମ ବୋଲି ଜଣାପଡିଛି ।

ସରକାର ଏହି କୋଭିଡ-19 ପରୀକ୍ଷଣ କିଟ୍‌ର ବ୍ୟବହାର ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି । ତେବେ ତାମିଲନାଡୁ ରାଜ୍ୟର ଚେନ୍ନାଇରେ ଥିବା ଟାଟା ଗ୍ରୁପ ପ୍ଲାଣ୍ଟରେ ଏହି କିଟ୍‌ ପ୍ରସ୍ତୁତ କରାଯାଉଛି । ଏହି ପ୍ଲାଣ୍ଟଟି ଏକ ମାସ ମଧ୍ୟରେ ପ୍ରାୟ ଏକ ମିଲିୟନ ବା 10 ଲକ୍ଷ କିଟ୍‌ ପ୍ରସ୍ତୁତ କରିବା ଲାଗି ସକ୍ଷମ ବୋଲି ସିଇଓ କ୍ରିଷ୍ଣାମୁର୍ଥୀ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।

ତେବେ ଦେଶେର ହୁ ହୁ ହୋଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଟାଟା ଗ୍ରୁପ ପକ୍ଷରୁ ଏହି କିଟ୍‌ଟି ପ୍ରସ୍ତୁତ କରିବା ପାଇଁ ସ୍ଥିର କରାଯାଇଥିଲା । ଏହି କିଟ୍‌ଟି ପ୍ରସ୍ତୁତ ହେବା ମଧ୍ୟରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 8.55 ମିଲିୟନ ବା 85 ଲକ୍ଷରୁ ଊର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 126,611ରେ ପହଞ୍ଚିଛି ।

ABOUT THE AUTHOR

...view details