ଜାମସେଦପୁର: ଦେଶର ସର୍ବବୃହତ ଇସ୍ପାତ ନିର୍ମାଣକାରୀ କମ୍ପାନୀ ଟାଟା ନିଜର 113ବର୍ଷ ପୂରଣ କରିଛି । ଏହି କମ୍ପାନୀ ଏକ ସହର ପ୍ରତିଷ୍ଠା କରିଥିଲା ଯେଉଁଠାରେ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ବାସ କରୁଛନ୍ତି । ଭାରତରେ ଶିଳ୍ପାୟନ ପ୍ରାରମ୍ଭରେ ଅର୍ଥନୈତିକ ଅଗ୍ରଗତିରେ ବେଶ ଗୁରୁତ୍ବବହନ କରିଥିବା ଦେଶର ସର୍ବପ୍ରଥମ ଷ୍ଟିଲ କମ୍ପାନୀ 25 ଅଗଷ୍ଟ 1907 ମସିହାରେ ସ୍ଥାପନ କରାଯାଇଥିଲା ।
ବ୍ରିଟିଶ ପ୍ରବନ୍ଧକ ଥୋମାସ କ୍ଲିଭେଲଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ ଟାଟା । ଏହା ସହିତ ସେହି ସମୟରେ ଏକ ଉକ୍ତି ରହିଥିଲା -"ଦେଶ ଲୁହା ନିୟନ୍ତ୍ରଣକୁ ଫେରିଛି" ଖୁବ୍ ଶୀଘ୍ର ସୁନାର ନିୟନ୍ତ୍ରଣକୁ ଆସିବ। ଅନ୍ୟପଟରେ ବୋଷଙ୍କ ଦ୍ବାରା ଜେଏନ ଟାଟାଙ୍କୁ ଲିଖିତ ଏକ ଐତିହାସିକ ପତ୍ରରେ ଓଡିଶାର ମୟୂରଭଞ୍ଜରେ ଲୁହାପଥର ଗଚ୍ଛିତ ରହିଥିବା ନେଇ ପ୍ରକାଶ କରାଯାଇଥିଲା । ଏଥିରୁ ସମୟରେ ଲୁହା ଓ ଲୁହାକାରଖାନା ସଂପର୍କରେ ସୂଚନା ମିଳେ ।
ପୂର୍ବ ଭାରତର ଆଦିବାସୀ ବହୁଳ ଅଞ୍ଚଳରେ ଟାଟାର ଅଭିଯାନ ଦଳ ଇସ୍ପାତ କାରଖାନା ସ୍ଥାପନ ପାଇଁ ଏକ ସମ୍ଭାବ୍ୟ ସ୍ଥାନ ଖୋଜୁଥିଲେ। ପରେ ଜାମସେଦପୁରରେ ଏହି ପ୍ଲାଣ୍ଟ ସ୍ଥାପନ କରିବାକୁ ସ୍ଥିର କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ବିଶେଷଜ୍ଞମାନେ ଆମେରିକାରୁ ଆସିଥିଲେ ଏବଂ ସେମାନଙ୍କ ମଧ୍ୟରେ ଚାର୍ଲ୍ସ ପ୍ରିନ୍ସଙ୍କ ମୁଖ୍ୟ ପରାମର୍ଶଦାତା ମଧ୍ୟ ରହିଥିଲେ । ଟାଟାଙ୍କ ଜ୍ୟେଷ୍ଠ ପୁତ୍ର ସାର୍ ଦୋରାବଜୀ ଟାଟା ନିଜ ପିତାଙ୍କ ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ପରେ ପଦକ୍ଷେପ ନେଇଥିଲେ |