ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ ରାଜନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ କାମ କରୁଥିବା କଥା ପ୍ରକାଶ କରିଛନ୍ତି । 2020 ନିର୍ବାଚନ ପାଇଁ ପ୍ରଶାନ୍ତଙ୍କ ଆଇ-ପାକରେ ଏକତ୍ର କାମ କରୁଥିବା ସେ ପ୍ରକାଶ କରିଛନ୍ତି । କେଜିରିୱାଲ ଏ ସଂପର୍କରେ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ଟାର୍ଗେଟରେ 2020 ନିର୍ବାଚନ: ରାଜନୀତି ବିଶେଷଜ୍ଞଙ୍କ ସହ କାମ କରୁଛନ୍ତି କେଜିରିୱାଲ - ରାଜନୀତି ବିଶେଷଜ୍ଞଙ୍କ ସହ କାମ କରୁଛନ୍ତି କେଜିରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ ରାଜନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ କାମ କରୁଥିବା କଥା ପ୍ରକାଶ କରିଛନ୍ତି । ଏ ସଂପର୍କରେ ସେ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ଫାଇଲ ଫଟୋ
ସେ ଟ୍ବିଟରରେ ଲେଖିଛନ୍ତି, ‘ଇଣ୍ଡିଆନପାକ ଆମ ସହିତ କାମ କରୁଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି । ଏହାକୁ ସ୍ବାଗତ କରୁଛି’।
ଆସନ୍ତା 2020ରେ ଦିଲ୍ଲୀର 70ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଦିଲ୍ଲୀରେ ଏନଆରସି, ବାୟୁପ୍ରଦୂଷଣ , ମହିଳା ସୁରକ୍ଷା ଓ ରାଜ୍ୟର ବିଭିନ୍ନ ଦାବି ନିର୍ବାଚନ ଇସ୍ତାହାର ପାଇଁ ବାଧକ ସାଜିବ ।