ଓଡିଶା

odisha

ETV Bharat / bharat

ରାଜରାସ୍ତାରେ ଲିକ୍‌ ହେଲା ଏସିଡ୍ ଟ୍ୟାଙ୍କର - Tanker leaks acid on Ratlam

କ୍ଲୋରୋସଲଫୋନିକ୍ ଏସିଡ୍ ଥିବା ଏହି ଟ୍ୟାଙ୍କରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ଲିକ୍ ହେବାର କାରଣ ଏବେ ସୁଦ୍ଧା ଜଣା ପଡିନାହିଁ ।

ରାଜ ରାସ୍ତାରେ ଲିକ୍‌ ହେଲା ଏସିଡ୍ ଟ୍ୟାଙ୍କର
ରାଜ ରାସ୍ତାରେ ଲିକ୍‌ ହେଲା ଏସିଡ୍ ଟ୍ୟାଙ୍କର

By

Published : Aug 13, 2020, 6:25 PM IST

ଅହମଦାବାଦ: ଗୁଜୁରାଟର ରତ୍ଲାମ ବାଇପାସ ରୋଡ ଉପରେ ଏସିଡ୍ ପରିବହନ କରୁଥିବା ଏକ ଟ୍ୟାଙ୍କର ଲିକ୍ ହୋଇଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳିଛି ।

ରାଜ ରାସ୍ତାରେ ଲିକ୍‌ ହେଲା ଏସିଡ୍ ଟ୍ୟାଙ୍କର

କ୍ଲୋରୋସଲଫୋନିକ୍ ଏସିଡ୍ ଥିବା ଏହି ଟ୍ୟାଙ୍କରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ଲିକ୍ ହେବାର କାରଣ ଏବେ ସୁଦ୍ଧା ଜଣା ପଡିନାହିଁ । ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ । ସେପଟେ ଟ୍ୟାଙ୍କର ଲିକ୍‌ ହେବା ପରେ ଡ୍ରାଇଭର ତୁରନ୍ତ ଗାଡିଟିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।

ଅହମ୍ମଦାବାଦ ଡ୍ରେସିଂ କମ୍ପାନୀର ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ଏସିଡ୍ ଅନ୍ୟ ଏକ ଟ୍ୟାଙ୍କରକୁ ସ୍ଥାନାନ୍ତର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details