ଓଡିଶା

odisha

ETV Bharat / bharat

ସେନା ପରିବାରର ଲାଡ୍‌ଲି 'ତାନିଆ ସେରଗିଲ' - Indian army captain tania shergil

'ଜଣେ ସୈନିକ ସବୁବେଳେ ସୈନିକ, ଏଥିରେ କୌଣସି ମହିଳା, ପୁରୁଷ ବା ଜାତି ଧର୍ମ ଦେଖାଯାଏ ନାହିଁ। ଥରେ ୟୁନିଫର୍ମ ପିନ୍ଧିଲା ପରେ ସମସ୍ତେ ଅଫିସର୍ସ'। ଏହା ହେଉଛି ଭାରତୀୟ ସେନା କ୍ୟାପଟେନ ତାନିଆ ସେରଗିଲଙ୍କ ଉକ୍ତି । ସେ ହେଉଛନ୍ତି ଭାରତୀୟ ସେନାର ପ୍ରଥମ ମହିଳା ଯେ କି ସେନା ଦିବସର ପରେଡରେ ପୁରୁଷ ଦଳର ନେତୃତ୍ବ ନେଇଥିଲେ। ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ .......

TANIA SHERGIL, THE DAUGHTER OF ARMY FAMILY
ସେନା ପରିବାରର ଲାଡ୍‌ଲି 'ତାନିଆ ସେରଗିଲ'

By

Published : Jan 25, 2020, 11:45 AM IST

ହାଇଦ୍ରାବାଦ: ମୁଖମଣ୍ଡଳରେ ଅଗ୍ନି ପରି ତେଜ, ଆଖିରେ ସେନାର ଶୌର୍ଯ୍ୟ ଏବଂ ହାତରେ ବଜ୍ର ପରି ଶକ୍ତି। ଇଏ ହେଉଛନ୍ତି ଭାରତୀୟ ସେନା କ୍ୟାପଟେନ ତାନିଆ ସେରଗିଲ। ଭାରତୀୟ ସେନାର ପ୍ରଥମ ମହିଳା ଯେ କି ସେନା ଦିବସର ପରେଡରେ ପୁରୁଷ ଦଳର ନେତୃତ୍ବ ନେଇଥିଲେ। ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କରିପ୍ପା ପରେଡ ଗ୍ରାଉଣ୍ଡରେ ମହିଳା ସଶକ୍ତିକରଣର ଜଲୱା ଦେଖାଇଥିଲେ।

ସେନା ପରିବାରର ଲାଡ୍‌ଲି 'ତାନିଆ ସେରଗିଲ'

ଦେଶର ପ୍ରଥମ ମହିଳା ଅଧିକାରୀ ଭାବେ ତାନିଆ ଏହି ଗୌରବ ଅର୍ଜନ କରିଛନ୍ତି । ଆହୁରି ମଧ୍ୟ ଆର୍ମି ପରେଡରେ ପ୍ରଥମ ଥର ପାଇଁ ତିନି ସେନା ପ୍ରମୁଖଙ୍କ ସମେତ ଚିଫ ଅଫ ଡିଫେନ୍ସ ଆର୍ମି ବିପିନ ରାୱତ ମଧ୍ୟ ସାମିଲ ହୋଇଥିଲେ । ତାନିଆଙ୍କ ପରିବାର ମଧ୍ୟ ଏଥିରେ ଉପସ୍ଥିତ ଥିଲେ।

ଆକ୍ସନରେ ତାନିଆ

ତାଙ୍କର କମାଣ୍ଡିଂ ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଦେଇଥିଲା। ମନରେ ଅଦମ୍ୟ ସାହାସ ଭରି ସେ ଆଗକୁ ବଢି ଚାଲିଥିଲେ। ପରେଡ ଗ୍ରାଉଣ୍ଡରେ ସମସ୍ତଙ୍କ ଆଖି କେବଳ ତାନିଆଙ୍କ ଆଡକୁ ହିଁ ରହିଥିଲା। ତାଙ୍କୁ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି ଯେ, ମହିଳା କୌଣସି ଗୁଣରେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି ।

ଆସନ୍ତା ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡରେ ବି ତାନିଆ ପ୍ରଥମ ମହିଳା ଭାବେ ଜଣେ ପରେଡ ସହାୟକର ଦାୟିତ୍ବ ତୁଲାଇବେ । 146ଜଣ ପୁରୁଷ କଣ୍ଟିଜେଣ୍ଟକୁ ସେ ଲିଡ୍ କରିବେ। କେବଳ ଏତିକି ନୁହେଁ, ଗଣତନ୍ତ୍ର ଦିବସରେ ରାଜପଥରେ ହେବାକୁ ଥିବା ରାଷ୍ଟ୍ରୀୟ ସମାରୋହରେ ସିଆରପିଏଫର ମହିଳା ଯବାନ, ଭିଆଇପି ଅତିଥିଙ୍କ ସୁରକ୍ଷାରେ ନିୟୋଜିତ ହେବେ। ଗତବର୍ଷ ଅର୍ଥାତ ୨୦୧୯ ମସିହା ଗଣତନ୍ତ୍ର ଦିବସ ଅବସରରେ କ୍ୟାପଟେନ ଭାବନା କସ୍ତୁରୀ ପ୍ରଥମ ଥର ପୁରୁଷ କଣ୍ଟିଜେଣ୍ଟକୁ ଲିଡ଼ କରିଥିଲେ ।

ଆର୍ଟିଲିଟାରୀ ଗନ ସହ କୁନି ତାନିଆ

ଦିଲ୍ଲୀରେ ଏବେ ପରେଡ଼ ପାଇଁ ରିହରସଲ ଆରମ୍ଭ ହୋଇଯାଇଛି । ପରେଡ଼ ମାଧ୍ୟମରେ ଭାରତ ଦୁନିଆକୁ ନିଜର ପରାକ୍ରମ ଦେଖାଇଥାଏ । ପରେଡ଼ରେ ଭାରତର ଶକ୍ତିଶାଳୀ ସେନା ସହ ଵିଧ୍ଵଂସକାରୀ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପ୍ରଦର୍ଶିତ କରାଯାଇଥାଏ । ଏଠାରେ ସୂଚନା ଥାଉ କି ଏଥର ପରେଡ଼ରେ ବାୟୁସେନା ପକ୍ଷରୁ ୧୪୮ ଜଣ ସଦସ୍ୟ ଅଂଶଗ୍ରହଣ କରିବେ।

ଆର୍ମୀ ପରେଡରେ ନେତୃତ୍ବ ଦେବା ପରେ ଯେତେବେଳେ ତାନିଆଙ୍କୁ ତାଙ୍କ ପ୍ରତିକ୍ରିୟା ସମ୍ପର୍କରେ ପଚରାଯାଇଥିଲା, ସେ କହିଥିଲେ କି ' ଜଣେ ସୈନିକ ସବୁବେଳେ ସୈନିକ, ଏଥିରେ କୌଣସି ମହିଳା, ପୁରୁଷ ବା ଜାତି ଧର୍ମ ଦେଖାଯାଏ ନାହିଁ। ଥରେ ୟୁନିଫର୍ମ ପିନ୍ଧିଲା ପରେ ସମସ୍ତେ ଅଫିସର୍ସ'।

ବାପା ମାଆଙ୍କ ସହ ତାନିଆ ସେରଗିଲ

ଝିଅର ସଫଳତାରେ ଖୁସି ହୋଇ ତାଙ୍କ ବାପା କୁହନ୍ତି ଯେ, 'ଝିଅକୁ ଯେତେବେଳେ ସେନା ୟୁନିଫର୍ମରେ ଦେଖିଦିଏ, ସେତେବେଳେ ମନ କୁଣ୍ଢେମୋଟ ହୋଇଯାଏ। ଆର୍ମୀ ଡେ ପରେଡରେ ନେତୃତ୍ବ ନେବା ଖବର ଶୁଣିବା ପରେ ଆମ ପରିବାର ଖୁସି ହୋଇଯାଇଥିଲା। ଯାହା ଅବର୍ଣ୍ଣନୀୟ। ସାଧାରଣତଃ ପୁରୁଷମାନେ କମାଣ୍ଡିଂ ଦାୟିତ୍ବ ନେଇଥାଆନ୍ତି । କିନ୍ତୁ ଦୀର୍ଘ 72 ବର୍ଷ ପରେ ଜଣେ ମହିଳା ପୁରୁଷ ଦଳର ନେତୃତ୍ବ ନେଇଥିଲା। ଏହା କୌଣସି ଗର୍ବ ଠାରୁ କମ୍ ନୁହେଁ'। ତାଙ୍କର ଏହି ସଫଳତାରେ କେବଳ ପରିବାର ନୁହେଁ, ସାରା ଦେଶ ଉତ୍ସବ ମନାଉଛି । ଝିଅ ଉପରେ ଗର୍ବ କରୁଛି ପୁରା ଭାରତ ।

ତାନିଆଙ୍କ କଲେଜ ସମୟର ଫଟୋ

ତାନିଆଙ୍କ ସମ୍ପର୍କରେ କିଛି:

  • ପଞ୍ଜାବୀ ଜାଠ୍ ସମ୍ପ୍ରଦାୟରେ ଜନ୍ମ ଗ୍ରହଣ କରିଥିବା 26 ବର୍ଷୀୟା ତାନିଆ ସେରଗିଲ ଏବେ କର୍ପସ ଅଫ ସିଗନାଲରେ କ୍ୟାପଟେନ। ନିଜ ପରିବାରର ସେ ହେଉଛନ୍ତି ୪ର୍ଥ ପିଢ଼ି ଯିଏକି ସେନାରେ ରହି ଦେଶସେବା କରୁଛନ୍ତି।
  • ପଞ୍ଜାବସ୍ଥିତ ହୋସିଆରପୁର ନିବାସୀ ସୁରତ ସିଂହ ଗିଲ୍ ଓ ଲକ୍ଷ୍‌ବିନ୍ଦର କୌର ଗିଲ୍‌ଙ୍କ କନ୍ୟା ହେଉଛନ୍ତି ତାନିଆ ସେରଗିଲ । ତାଙ୍କ ପିତା ତୋପଖାନେ ବା ଆର୍ଟିଲାରୀ, ଜେଜେ ଆର୍ମଡ଼ ଓ ବଡ଼ ଜେଜେ ଶିଖ ରେଜିମେଣ୍ଟରେ ରହି ଦେଶସେବାରେ ଉତ୍ସର୍ଗୀକୃତ ହୋଇଥିଲେ ।
  • ଶିକ୍ଷାଗତ ଯୋଗ୍ୟତା ଅନୁସାରେ ତାନିଆ ମହାରାଷ୍ଟ୍ରସ୍ଥିତ ପ୍ରିୟଦର୍ଶନୀ କଲେଜ ଅଫ୍ ଇଞ୍ଜିନିୟରିଂରୁ ଇଲେକ୍ଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନରେ ବି ଟେକ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କ ସ୍କୁଲ ପାଠପଢା ମୁମ୍ବାଇର କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିଲା।
  • କ୍ୟାପଟେନ ତାନିଆ ୨୦୧୭ ମସିହା ମାର୍ଚ୍ଚ ମାସରେ ଚେନ୍ନାଇର ଅଫିସର ଟ୍ରେନିଂ ଏକାଡେମୀରୁ ହିଁ ଭାରତୀୟ ସେନାରେ ସାମିଲ ହୋଇଥିଲେ।
  • ତାନିଆଙ୍କୁ ଟ୍ରାଭେଲିଂ, ହାଇକିଂ ଓ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ବହୁତ ପସନ୍ଦ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details