ଓଡିଶା

odisha

ETV Bharat / bharat

ତାମିଲନାଡୁରେ ଭିଡ ହିଂସା; କୋରୋନାରେ ମୃତ ଡାକ୍ତରଙ୍କ ଅନ୍ତିମ ସଂସ୍କାରକୁ ବିରୋଧ - ତାମିଲନାଡୁରେ ଭିଡ ହିଂସା

ଦେଶରେ ବର୍ତ୍ତମାନ କୋରୋନା ମହାମାରୀ ବିରୋଧରେ ଯୁଦ୍ଧ ଚାଲିଛି। କିନ୍ତୁ ଏହା ବ୍ୟତୀତ ସାମ୍ନାରେ ଆଉ ଏକ ଯୁଦ୍ଧ ମଧ୍ୟ ଜାରି ରହିଛି ଯାହା ସ୍ବାସ୍ଥ୍ୟକର୍ମୀ ମାନେ କେବଳ ଲଢେଇ କରୁଛନ୍ତି ।

tamilnadu mob attack
ତାମିଲନାଡୁରେ ଭିଡ ହିଂସା

By

Published : Apr 20, 2020, 9:32 PM IST

ଚେନ୍ନାଇ: ଦେଶରେ ବର୍ତ୍ତମାନ କୋରୋନା ମହାମାରୀ ବିରୋଧରେ ଯୁଦ୍ଧ ଚାଲିଛି। କିନ୍ତୁ ଏହା ବ୍ୟତୀତ ସାମ୍ନାରେ ଆଉ ଏକ ଯୁଦ୍ଧ ମଧ୍ୟ ଜାରି ରହିଛି । ଏହି ଲଢେଇ କେବଳ ସ୍ବାସ୍ଥ୍ୟ କର୍ମୀ ମାନେ କରୁଛନ୍ତି । ଚେନ୍ନାଇରେ ଗତ କିଛି ଦିନ ହେବ ଏପରି ଘଟଣା ଘଟିଛି ଯେଉଁଠାରେ କୋରୋନାରେ ମୃତ୍ୟୁ ହେବାପରେ ବ୍ୟକ୍ତିଙ୍କୁ ସମାଧି ପାଇଁ ନିଆଯିବା ସମୟରେ ଶ୍ମଶାନ ନିକଟରେ ଲୋକମାନେ ଉତ୍ତେଜନା ସୃଷ୍ଟି କରୁଛନ୍ତି ।

ସୋମବାର ଚେନ୍ନାଇରେ ଜଣେ 55 ବର୍ଷୀୟ ଡାକ୍ତରଙ୍କ ମୃତଦେହକୁ ସମାଧି ପାଇଁ ନିଆଯାଇଥିଲା, ସେଠାରେ 50 ରୁ ଅଧିକ ଲୋକଙ୍କ ଭିଡ ଜମିଥିଲା। ଆଉ ଏହି ଭିଡ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିଥିଲେ ।

ଯେତେବେଳେ ପୋଲିସ ସେଠାରେ ଥିବା ଜନତାଙ୍କୁ ନିୟନ୍ତ୍ରଣ କରିପାରିନଥିଲା, ସେମାନେ ଡାକ୍ତରଙ୍କ ପରିବାରକୁ ନିବେଦନ କରି ମୃତଦେହକୁ ଅନ୍ୟ ଶ୍ମଶାନକୁ ନେବାକୁ କହିଥିଲେ। ଏହା ପରେ ଡାକ୍ତରଙ୍କ ମୃତଦେହକୁ ଦୂର ଶ୍ମଶାନରେ ପୋତି ଦିଆଯାଇଥିଲା।

ଏହି ମାମଲାରେ ପୋଲିସ 20 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲକଡାଉନ୍ ଉଲ୍ଲଂଘନ, ଅସ୍ତ୍ରରେ ଆକ୍ରମଣ, ସରକାରୀ କର୍ମଚାରୀଙ୍କୁ ଡ୍ୟୁଟିରୁ ବଞ୍ଚିତ କରିବା ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି।

ତାମିଲନାଡୁରୁ ଏଭଳି ଘଟଣା ସାମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ। ଏପ୍ରିଲ୍ 13 ରେ ମଧ୍ୟ ଅମ୍ବାଟୁର ବାସ ଶ୍ମଶାନ ବାହାରେ ହଙ୍ଗାମା ହୋଇଥିଲା । ସେତେବେଳେ ଜଣେ 62 ବର୍ଷୀୟ ଡାକ୍ତର କୋରୋନା ଜୀବାଣୁରେ ମୃତ୍ୟୁବରଣ କଲେ ଏବଂ ତାଙ୍କୁ ସମାଧି ପାଇଁ ଶ୍ମଶାନକୁ ନିଆଯିବା ପରେ ଲୋକମାନେ ଉତ୍ତେଜନା ଆରମ୍ଭ କରିଥିଲେ।

ABOUT THE AUTHOR

...view details