ଓଡିଶା

odisha

ETV Bharat / bharat

ଚୁଟି କାଟିବା ପୂର୍ବରୁ ଆଧାରକାର୍ଡ ଦେଖାଇବେ ତାମିଲନାଡୁବାସୀ

ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଅର୍ଥନୀତିକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଅନଲକ୍-1 ରେ କିଛି କୋହଳ କରିଛନ୍ତି । ନୂତନ ନିୟମକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଜୁନ 1 ରୁ ସେଲୁନ୍ ଓ ବିୟୁଟି ପାର୍ଲର ଖୋଲାଯାଇଛି, କିନ୍ତୁ ବର୍ତ୍ତମାନ ଚୁଟି କାଟିବା ପାଇଁ ରାଜ୍ୟରେ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ ।

By

Published : Jun 2, 2020, 3:52 PM IST

hair saloon
ଚୁଟି କାଟିବା ପୂର୍ବରୁ ଆଧାରକାର୍ଡ

ଚେନ୍ନାଇ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଅର୍ଥନୀତିକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଅନଲକ୍-1 ରେ କିଛି କୋହଳ କରିଛନ୍ତି । ତେବେ ନୂତନ ନିୟମକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଜୁନ 1 ରୁ ସେଲୁନ୍ ଓ ବିୟୁଟି ପାର୍ଲର ଖୋଲାଯାଇଛି କିନ୍ତୁ ବର୍ତ୍ତମାନ ଚୁଟି କାଟିବା ପାଇଁ ରାଜ୍ୟରେ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ ହେବ। ଏଥିପାଇଁ ତାମିଲନାଡୁ ସରକାର SOP ଜାରି କରିଛନ୍ତି ।

ତାମିଲନାଡୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା SOP ଅନୁଯାୟୀ, ଯଦି ଆପଣ ବର୍ତ୍ତମାନ ରାଜ୍ୟରେ ଚୁଟି କାଟିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ ହେବ। ଏହା ସହିତ ସେଲୁନ୍ ମାଲିକ ପ୍ରତ୍ୟେକ ଗ୍ରାହକଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର ଓ ଆଧାର ନମ୍ବର ଲେଖି ରଖିବେ । ଯଦି କେହି ତାହା ନକରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତାମିଲନାଡୁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ସେଲୁନ୍ ଦୋକାନଗୁଡ଼ିକ କେବଳ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ । ଏହା ସହିତ ସେଲୁନରେ କାର୍ଯ୍ୟ କରୁଥିବା ଲୋକ ଓ ଗ୍ରାହକଙ୍କ ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ ହେବ । ଏଥିସହ ଗ୍ରାହକମାନଙ୍କୁ ଆରୋଗ୍ୟ ସେତୁ ଆପର ସବିଶେଷ ତଥ୍ୟ ଦୋକାନୀମାନଙ୍କୁ ଦେଖାଇବାକୁ ପଡିବ । ସାନିଟାଇଜର ରଖିବା ପାଇଁ ଦୋକାନୀମାନଙ୍କୁ ମଧ୍ୟ କୁହାଯାଇଛି ।

ସରକାରଙ୍କ ନୂତନ SOP ଅନୁଯାୟୀ, ସେଲୁନ୍ ମାଲିକମାନେ ଗ୍ରାହକଙ୍କୁ ଥରେମାତ୍ର ବ୍ୟବହାର ଯୋଗ୍ୟ ଆଫ୍ରୋନ୍ ଓ ଫୁଟ୍ କଭର ଯୋଗାଇବା ଆବଶ୍ୟକ । ଯଦି ଗ୍ରାହକଙ୍କ ବିଲ୍ ଏକ ହଜାର ଟଙ୍କାକୁ ଆସେ, ତେବେ ସେମାନଙ୍କୁ ଥରେ ବ୍ୟବହାର କରାଯାଉଥିବା ଆଫ୍ରୋନ୍ ଓ ଫୁଟ୍ କଭର ପାଇଁ 150 ଟଙ୍କା ଦେବାକୁ ପଡିବ । ସେଲୁନ୍‌କୁ ଆସୁଥିବା ଲୋକମାନେ କହିଛନ୍ତି ଯେ ଦୁଇ ମାସ ପରେ ସେଲୁନ୍ ଖୋଲିବାରୁ ସେମାନେ ବହୁତ ଖୁସି ।

ପ୍ରକାଶଥାଉକି, ତାମିଲନାଡୁ ସରକାର ପୂର୍ବରୁ କେବଳ ଗ୍ରାମାଞ୍ଚଳରେ ସେଲୁନ୍ ଖୋଲିବାକୁ ଅନୁମତି ଦେଇଥିଲେ, କିନ୍ତୁ ବର୍ତ୍ତମାନ ସାରା ରାଜ୍ୟରେ ସେଲୁନ୍ ଓ ବିୟୁଟି ପାର୍ଲର ଖୋଲାଯାଉଛି। ସାମାଜିକ ଦୂରତା ଅନୁସରଣ କରିବାକୁ ସେଲୁନ୍ ମାଲିକମାନଙ୍କୁ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁରେ 23,000 ରୁ ଅଧିକ କୋରୋନା ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ 10,141 ଟି ସକ୍ରିୟ ମାମଲା। ରାଜ୍ୟରେ ଏହି ଭୂତାଣୁରେ ଏପର୍ଯ୍ୟନ୍ତ 184 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥି ସହିତ ସମଗ୍ର ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା 1,98,000 ଅତିକ୍ରମ କରିଛି । ଏପର୍ଯ୍ୟନ୍ତ 5,598 ଲୋକ ପ୍ରାଣ ହରାଇଛନ୍ତି।

ABOUT THE AUTHOR

...view details