ଓଡିଶା

odisha

ETV Bharat / bharat

ରାସନ ଦୋକାନରେ ଭିଡ଼ ବନ୍ଦ କରିବା ପାଇଁ ପ୍ରତି ଘରକୁ ପଠାଯିବ ଟୋକନ

ଦେଶବ୍ୟାପୀ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରାସନ ଦୋକାନଗୁଡିକରେ ଯାତାୟାତ ଓ ଭିଡ ହ୍ରାସ କରିବାକୁ ତାମିଲନାଡୁ ସରକାର ବୁଧବାର ବଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ତାମିଲନାଡୁ ସରକାର
ତାମିଲନାଡୁ ସରକାର

By

Published : Apr 22, 2020, 5:14 PM IST

ଚେନ୍ନାଇ: ସାରା ଦେଶରେ କୋରୋନା ସଙ୍କଟ ଜାରି ରହିଛି । ଏପରିସ୍ଥଳେ ଦେଶବ୍ୟାପୀ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରାସନ ଦୋକାନଗୁଡିକରେ ଯାତାୟାତ ଓ ଭିଡ ହ୍ରାସ କରିବାକୁ ତାମିଲନାଡୁ ସରକାର ବୁଧବାର ବଡ ଘୋଷଣା କରିଛନ୍ତି ।

ତାମିଲନାଡୁ ସରକାର ମେ ମାସ ପାଇଁ ରାସନ ମାଗଣାରେ ବଣ୍ଟନ ହେବାର ତାରିଖ ଏବଂ ସମୟ ଦର୍ଶାଇ ରାସନ କାର୍ଡଧାରୀଙ୍କ ଘରକୁ ଟୋକେନ୍ ପଠାଯିବ ନିଷ୍ପତ୍ତି ନେଇଛନ୍ତି । ଟୋକନରେ ଧାର୍ଯ୍ୟ ତାରିଖରେ କାର୍ଡଧାରୀଙ୍କୁ ମାଗଣା ରାସନ ମିଳିବ ।

ସାମାଜିକ ଦୂରତାକୁ ପାଳନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି | ଏହାସହ ଏକ ବିବୃତ୍ତିରେ କୁହାଯାଇଛି ଯେ ସରକାର ଏପ୍ରିଲ 24 ଏବଂ 25 ରେ ରାଜ୍ୟର ପ୍ରତି ପରିବାରକୁ ଟୋକନ୍ ପଠାଇବେ |

ସରକାର କହିଛନ୍ତି ଯେ ଏହା ସାମାଜିକ ଦୂରତା ବଜାୟ ରଖିବା ସହ କୋରୋନାଭାଇରସ୍ ବିସ୍ତାରକୁ ରୋକିବାରେ ସକ୍ଷମ ହେବ ।

@IANS

ABOUT THE AUTHOR

...view details