ଚେନ୍ନାଇ: ଦିଲ୍ଲୀ ତବଲିଗୀ ଜମାତ ସମାବେଶ ସାରା ଦେଶର ଚିନ୍ତା ବଢାଇଛି । ଧିରେ ଧିରେ ବିଭିନ୍ନ ରାଜ୍ୟରେ ଅନେକ ଆକ୍ରାନ୍ତ ସାମନାକୁ ଆସୁଛନ୍ତି । ଏପରିକି କେତେକ ରାଜ୍ୟରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି ।
ଶନିବାର ତାମିଲନାଡୁରେ 74ଟି କୋଭିଡ 19 ମାମଲା ସାମନାକୁ ଆସିଛି । ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ଭିତରୁ 73 ଜଣ ତବଲିଗୀ ସମାବେଶରେ ଯୋଗ ଦେଇଥିଲେ । ବାକି ଜଣେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସମସ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖି ଚିକିତ୍ସା କରାଯାଉଛି ।