ଓଡିଶା

odisha

By

Published : Jan 2, 2020, 9:21 AM IST

ETV Bharat / bharat

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅସଭ୍ୟ ଭାଷା କହି ତାମିଲ ଲେଖକ ଗିରଫ

ସିଏଏକୁ ନେଇ ତାମିଲ ଲେଖକ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀକୁ ଅସଭ୍ୟ ଆଚରଣ । ପୋଲିସ ତାମିଲ ଲେଖକ ନେଲ୍ଲୋଇ କନ୍ନନକୁ ଗିରଫ କରିଛି । ଅଧିକ ପଢନ୍ତୁ...

tamil-writers-arrest-for-hate-speech-of-pm-and-home-minister
ଫଟୋ ସୌଜନ୍ୟ : ଏଏନଆଇ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ପାଇଁ ଅସଭ୍ୟ ଭାଷା ପ୍ରୟୋଗ କରି ତାମିଲ ଲେଖକ ଗିରଫ । ବିଶିଷ୍ଟ ତାମିଲ ଲେଖକ ନେଲ୍ଲୋଇ କନ୍ନନକୁ ତାମିଲନାଡୁର ପେରମ୍ବଲୁରରୁ ଗିରଫ କରାଯାଇଛି । ନାଗରିକ ସଂଶୋଧନ ଆଇନ (ସିଏଏ)କୁ ପ୍ରତିବାଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରିଛନ୍ତି ।

ଫଟୋ ସୌଜନ୍ୟ : ଏଏନଆଇ

ଗତ 29 ଡିସେମ୍ବର ଦିନ ଭାରତୀୟ ସାମାଜିକ ଗଣତାନ୍ତ୍ରିକ ଦଳ ନାଗରିକ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ କରିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରିଥିଲେ । ଲେଖକଙ୍କ ନାମରେ ତିରୁନେଲଭେଲି ଥାନାରେ ବିଜେପି କର୍ମୀମାନେ ବିଭିନ୍ନ ଅଭିଯୋଗ ଦେଇଥିଲେ । ଏହାପରେ ପୋଲିସ ଲେଖକଙ୍କୁ 504, 505(1) ଏବଂ 505(2) ଦଫାରେ ଗିରଫ କରିଛି ।

ନାଗରିକ ସଂଶୋଧନ ଆଇନକୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ସପକ୍ଷରେ ଓ ବିପକ୍ଷରେ ସମର୍ଥନ ଶୋଭାଯାତ୍ରା, ବିରୋଧ ଶୋଭାଯାତ୍ରା ଚାଲିଛି । ସାରା ଦେଶରେ ସିଏଏକୁ ନେଇ ବ୍ୟାପକ ପରିମାଣରେ ହିଂସା ଦେଖାଦେଇଛି ।

ABOUT THE AUTHOR

...view details