ଓଡିଶା

odisha

ETV Bharat / bharat

ଗଛ ଗଣ୍ଡିରେ ପୂଜା ପାଉଛନ୍ତି ଗଜାନନ

କୃଷ୍ଣଚୂଡା ଗଛରେ ଗଣେଶ। ପ୍ରତିଦିନ ଠାକୁର ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ। ତାମିଲନାଡୁ କୋଏମ୍ବାଟୁରରେ ରହିଛି ଏହି ଅଜବ ଗଛ।

ଫଟୋ ସୌଜନ୍ୟ : ଏଏନଆଇ

By

Published : Jun 17, 2019, 11:55 AM IST

ଚେନ୍ନାଇ: ଗଛ ପାଲଟିଛି ମନ୍ଦିର ଆଉ ଗଛର ଗଣ୍ଡିରେ ପ୍ରଭୁ ଗଜାନନ ପାଉଛନ୍ତି ପୂଜା। ତାମିଲନାଡୁ କୋଏମ୍ବାଟୁରରେ ଦେଖିବାପାଇଁ ମିଳିଛି ଏହି ଅଜବ ବିଶ୍ବାସ । କୋଏମ୍ବାଟୁରରେ ଥିବା ଏକ କୃଷ୍ଣଚୂଡା ଗଛରେ ଉଭା ହୋଇଛନ୍ତି ପ୍ରଭୁ ଗଣେଶ ।

ସ୍ଥାନୀୟ ଲୋକଙ୍କ ବିଶ୍ବାସରେ ଏହା ହେଉଛି ଗଛ ମନ୍ଦିର । ଏହି ଗଛ ଆଗରେ ଆମେ ଯାହା ମାଗିବୁ ସବୁ ମିଳିବ । ପ୍ରତିଦିନ ଅଫିସ ଓ ସ୍କୁଲ କଲେଜ ଗଲାବେଳେ ଏଠି ଗଣେଷଙ୍କୁ ଦର୍ଶନ କରି ଆମେ ଯାଉ ବୋଲି କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା ।

ଏଠିକାର ପ୍ରାୟ ସବୁ ଗଛ ଶୁଷ୍କ ଅବସ୍ଥାରେ ଥିବା ବେଳେ ଏହି ଗଛ ସର୍ବଦା ସବୁଜିମାରେ ଭରପୁର। କାହିଁକି ନା ଶ୍ରଦ୍ଧାଳୁ ପ୍ରତିଦିନ ଗଛ ମୂଳ ସଫା କରିବା ସହ ପାଣି ଦେଇଥାନ୍ତି।

For All Latest Updates

ABOUT THE AUTHOR

...view details