ଓଡିଶା

odisha

ETV Bharat / bharat

ତରଭୁଜରେ ଟ୍ରମ୍ପ-ମୋଦି ଓ ତାଜମହଲ

ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ତେବେ ତାଙ୍କୁ ସ୍ବାଗତ କରିବା ପାଇଁ ପୁଣି ଥରେ ନିଜର ଅଦ୍ଭୁଦପୂର୍ବ ଚିତ୍ରକଳା ଆଙ୍କିଛନ୍ତି ଏଲଚେଜିଆନ ।

By

Published : Feb 23, 2020, 3:49 PM IST

Tamil Nadu artist carves images of Modi and Trump on watermelon
ତରଭୂଜରେ ଟ୍ରମ୍ପ -ମୋଦି

ଚେନ୍ନାଇ: ଟ୍ରମ୍ପଙ୍କ ସ୍ବାଗତ ପାଇଁ ତରଭୁଜରେ ଅଦ୍ଭୁଦପୂର୍ବ ଚିତ୍ରକଳା। ତାମିଲନାଡୁର ଥେନି ଜିଲ୍ଲାର ଏଲଚେଜିଆନ ନାମକ ବ୍ୟକ୍ତି ତରଭୁଜରେ ଟ୍ରମ୍ପ-ମୋଦିଙ୍କ ଏକ ଚିତ୍ର ଆଙ୍କିଛନ୍ତି । ଏହି ଚିତ୍ରରେ କେବଳ ମୋଦି-ଟ୍ରମ୍ପ ନୁହଁନ୍ତି, ତାଲମହଲକୁ ସେ ସ୍ଥାନ ଦେଇଛନ୍ତି । ପରିବା ହେଉ କି ଫଳ ଚିତ୍ର ଆଙ୍କିବାରେ ବେଶ ପାରଙ୍ଗମ ଏଲଚେଜିଆନ ।

ଏହି ଚିତ୍ରକଳା ଆଙ୍କିବା ପାଇଁ ଏଲଚେଜିଆନଙ୍କୁ ମାତ୍ର 2ଘଣ୍ଟାର ସମୟ ଲାଗିଥିଲା । ଆସନ୍ତାକାଲି ଟ୍ରମ୍ପ ଭାରତ ଗସ୍ତରେ ଆସୁଥିବାବେଳେ, ଭାରତର ସଂସ୍କୃତି ଓ ପରମ୍ପରାକୁ ସେ ଅତି ପାଖରୁ ଜାଣିବାକୁ ପାଇବେ। ଏହା ସହ ସେ ତାଜମହଲ ଗସ୍ତରେ ଯାଉଥିବାରୁ ସେ ଏହି ଚିତ୍ରରେ ଦର୍ଶାଇଛନ୍ତି । ଏହା ପୂର୍ବରୁ ଏଲଚେଜିଆନ ତରଭୁଜରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଜିଙ୍ଗପିନଙ୍କ ଚିତ୍ର ଆଙ୍କିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details