ଓଡିଶା

odisha

ETV Bharat / bharat

ଷ୍ଟିକରରେ କୋରୋନା ସଚେତନ କଲା ଚେନ୍ନାଇ ତାମବରମ ରେଲୱେ ଷ୍ଟେସନ - କୋରୋନା ଭାଇରସ

ତାମିଲନାଡୁର ଚେନ୍ନାଇ ତାମବରମ ରେଲୱେ ଷ୍ଟେସନରେ ଭିନ୍ନ ଢଙ୍ଗରେ ଲୋକଙ୍କୁ କୋରୋନା ସଚେତନ କରାଯାଇଛି । ଅଧିକ ପଢନ୍ତୁ...

Tambaram Railway Station in Chennai has been decorated with sticker
ଷ୍ଟିକରରେ କୋରୋନା ସଚେତନ କଲା ଚେନ୍ନାଇ ତାମବରମ ରେଲୱେ ଷ୍ଟେସନ

By

Published : May 1, 2020, 6:51 AM IST

ଚେନ୍ନାଇ: କୋରୋନା ଭାଇରସ ପ୍ରତିହତ ପାଇଁ କେନ୍ଦ୍ର ସରକାର ସାରା ଦେଶରେ ମେ 3 ପର୍ଯ୍ୟନ୍ତ ଲକଡାଉନ ଜାରି ରଖିଛନ୍ତି । ଏହି ଭାଇରସର ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ସରକାରଙ୍କ ଠୁ ଆରମ୍ଭ କରି ନାମିଦାମୀ ସେଲିବ୍ରିଟି, କଳାକାର, ସ୍ବେଚ୍ଛାସେବୀ ବିଭିନ୍ନ ପ୍ରକାର ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି ।

ସୌଜନ୍ୟ@ANI ଟ୍ବିଟର

ଏଥିପାଇଁ ସୋସିଆ ମିଡିଆ ଠାରୁ ଆରମ୍ଭ କରି ମୋବାଇଲ ମେସେଜ ପର୍ଯ୍ୟନ୍ତ ସବୁକୁ ମାଧ୍ୟମ କରାଯାଉଛି । ଏହି କ୍ରମରେ ତାମିଲନାଡୁର ଚେନ୍ନାଇ ତାମବରମ ରେଲୱେ ଷ୍ଟେସନରେ ଭିନ୍ନ ଢଙ୍ଗରେ ଲୋକଙ୍କୁ କୋରୋନା ସଚେତନ କରାଯାଇଛି ।

ଷ୍ଟେସନ କାନ୍ଥରେ ରଙ୍ଗବେରଙ୍ଗର ଷ୍ଟିକର୍ସ ଲଗାଯାଇ କୋରୋନା ସଚେତନ କରାଯାଇଛି । ଏହି ଷ୍ଟିକର ଗୁଡିକ ବିନାଇଲରେ ତିଆର ହୋଇଛି । ଏଥିରେ କୋରେନା ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଯୋଦ୍ଧା ଯଥା ଡାକ୍ତର, ପୋଲିସ, ସଫେଇ କର୍ମଚାରୀ ଏବଂ ଡେଲିଭରୀ ବୟଙ୍କୁ ଦେଖାଯାଇଛି । ଏତଦ୍ ବ୍ୟତୀତ ମାସ୍କ ପିନ୍ଧିବା କେତେ ଆବଶ୍ୟକ ତାହା ମଧ୍ୟ ମାସ୍କ ପିନ୍ଧିଥିବା ଲୋକଙ୍କ ଚିତ୍ର ଏହି ଷ୍ଟିକରରେ ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ଭାରତରେ ଏଯାବତ୍‌ 33,277ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି 1,081 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8,497ଜଣ ସୁସ୍ଥ ହୋଇଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details