କନ୍ଥାଲୁର: ଦକ୍ଷିଣ ଭାରତରେ ଫଳ ଜଗତରେ ସେଓର ସ୍ଥାନ ନିଆରା । କିନ୍ତୁ ପାଣିପାଗ ପରିବର୍ତ୍ତନ ହେଉଥିବାବେଳେ ଏବେ ମରାଠାକଲ୍ଲି(ଟାମାରିଲୋ) ସେଓର ସ୍ଥାନ ନେଉଛି । ଯାହା ସ୍ଥାନୀୟ ବାସିନ୍ଦାଙ୍କ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିବାରେ ଲାଗିଛି ।
ମରାଠାକଲ୍ଲି, (ବୈଜ୍ଞାନିକ ନାମ ଟାମାରିଲୋ) ବିଶେଷ ଭାବେ ଏଥେନ୍ସ ଓ ପେରୁ ଅଞ୍ଚଳରେ ଦେଖାଯାଏ । ଟାମାରିଲେ ବା ମରାଠାକଲ୍ଲିର ଭିତର ଅଂଶ ଦେଖିବାକୁ ଟମାଟୋ ଭଳି । ସେହିପରି ଏହାର ବାହ୍ୟ ଅଞ୍ଚଳ ବାଇଗଣ ଭଳି ଦେଖିବାକୁ । ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଫଳରେ ଭିଟାମିନ 'ଏ' ଭରପୁର ରହିଛି । ତେବେ ରୋଗ ନିରାକରଣ ଓ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହା ବେଶ ସହାୟକ ହୋଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି ।