ରୋହତକ: ବିହାର ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳ ପାହାଡ ଭଳି ପ୍ରତିଶୃତି ଠିଆ କରିଦେଉଛନ୍ତି । କିଏ ଚାକିରି ଦେବାକୁ କହୁଛି, ତ କିଏ ସୁଶାସନ । ହେଲେ ଆଶ୍ଚର୍ଯ୍ୟ ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କ ପାଇଁ କୌଣସି ରାଜନୈତିକ ଦଳ ନିଜ ବକ୍ତବ୍ୟରେ ପଦୁ ଟିଏ ମଧ୍ୟ ପାଟି ଖୋଲିନାହାଁନ୍ତି । ଯାହାକୁ ନେଇ ଆଜି ସେହି ଭୋଟର ସେହି ନେତା ମନ୍ତ୍ରୀକୁ ଭୋଟ ଦେବେ ଯେଉଁମାନେ ସେମାନଙ୍କୁ ବାହାର ରାଜ୍ୟର ସୁରକ୍ଷିତ ଆଣି ପାରିବେ ।
ମହାମାରୀ କୋରୋନା ପୂର୍ବରୁ ବିହାରର କେତେକ ଦାଦନ ଶ୍ରମିକ କାମ ପାଇଁ ହରିଆଣାର ରୋହତକରେ ଫସି ରହିଛନ୍ତି । ସମସ୍ତ ଶ୍ରମିକ ନିଜ ଘରକୁ ଅର୍ଥାତ ବିହାର ଫେରିବାକୁ ସମସ୍ତ ରାଜନୈତିକ ଦଳକୁ ଏକ ଅଫର ଦେଇଛନ୍ତି । ଯେଉଁମାନେ ତାଙ୍କୁ ସୁରକ୍ଷିତ ଭାବେ ତାଙ୍କ ଜନ୍ମମାଟିକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଇବେ ତାଙ୍କୁ ହିଁ ଭୋଟ ଦେବେ ।