ଓଡିଶା

odisha

ETV Bharat / bharat

ବରିଷ୍ଠ ଅଧିକାରୀଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ବହନ କରିବ ଜମ୍ମୁ କାଶ୍ମୀର ପୋଲିସ

ପୁଣି ବଦାନ୍ୟତା ଦେଖାଇଲା ଜମ୍ମୁ କାଶ୍ମୀର ପୋଲିସ । କାର୍ଯ୍ୟରତ 20 ଏସପିଙ୍କ ଓ ସେମାନଙ୍କର ପରିବାର ସଦ୍ୟସଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚ ବହନ କରିବାକୁ ନେଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନ୍ଆଇ

By

Published : Oct 5, 2019, 6:42 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ କାର୍ଯ୍ୟରତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଯୋଗାଇ ଦିଆଯିବ ଉତ୍ତମ ସ୍ବାସ୍ଥ୍ୟ ସେବା । ପୋଲିସ ଅଧିକାରୀଙ୍କ ସମେତ ସେମାନଙ୍କ ପରିବାରକୁ ମଧ୍ୟ ମିଳିବ ସମାନ ସୁବିଧା । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ପୋଲିସ ବିଭାଗ ।

ଚିକିତ୍ସା ସହିତ ସ୍ବାସ୍ଥ୍ୟର ଦେଖାଶୁଣା କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦେଶକ ଦିଲବାଗ ସିଂ ମଞ୍ଜୁର କରିଛନ୍ତି ସହାୟତା ଅର୍ଥ । କାର୍ଯ୍ୟରତ କୋଡ଼ିଏ ଜଣ ଏସପିଙ୍କ ଚିକିତ୍ସା ପାଇଁ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଡ଼ିଜିପି ।

ତଥ୍ୟ ଅନୁଯାଇ ପୋଲିସ ବିଭାଗ ପାଖାପାଖି 29 ଲକ୍ଷ ଟଙ୍କା ବିଭିନ୍ନ ଏସପିଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚ କରିଛି । ଆଗକୁ 20 ଜଣ ପୋଲିସ ଅଧିକାରୀ ଏବଂ ତାଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କପରାଯିବ ।

ABOUT THE AUTHOR

...view details