ଓଡିଶା

odisha

ETV Bharat / bharat

କୋରୋନା ପ୍ରଭାବ: 372 ବର୍ଷ ପରେ ପ୍ରଥମ ଥର ଇଦରେ ବନ୍ଦ ରହିଲା ତାଜମହଲ

ଇଦ ସମୟରେ ଇତିହାସରେ ପ୍ରଥମ ଥର ପାଇଁ ବନ୍ଦ ରହିଲା ତାଜମହଲ । ଲକଡାଉନ କାରଣରୁ ଘରେ ନମାଜ ପଢିଲେ ଲକ୍ଷ୍ନୌବାସୀ । ଅଧିକ ପଢନ୍ତୁ...

ଲକଡାଉନ ପ୍ରଭାବ: 372 ବର୍ଷ ପରେ ପ୍ରଥମ ଥର ଇଦରେ ବନ୍ଦ ରହିଲା ତାଜମହଲ
ଲକଡାଉନ ପ୍ରଭାବ: 372 ବର୍ଷ ପରେ ପ୍ରଥମ ଥର ଇଦରେ ବନ୍ଦ ରହିଲା ତାଜମହଲ

By

Published : May 26, 2020, 4:26 PM IST

ଲକ୍ଷ୍ନୌ: 372 ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱର ସବୁଠାରୁ ସୁନ୍ଦର ଅଟ୍ଟାଳିକା ତାଜମହଲ ଇଦରେ ଜନଗହଳି ବିହିନ ରହିଲା। ସୋମବାର ତାଜର ସାହି ମସଜିଦରେ ଇଦ ପ୍ରାର୍ଥନା କରିବାକୁ କେହି ବାହାରକୁ ଆସି ନଥିଲେ। କୋରୋନା କାରଣରୁ 17 ମାର୍ଚ୍ଚରେ ତାଜମହଲ ବନ୍ଦ ରହିଥିଲା। ଲକଡାଉନ ଆରମ୍ଭ ଦିନ ଠାରୁ କ୍ରମାଗତ ଭାବରେ ବନ୍ଦ ରହିଛି ।

ପ୍ରଥମ ଥର ପାଇଁ ତାଜମହଲ ପରିସର ଭିତରେ ଥିବା ସାହି ମସଜିଦରେ ନିରବତା ଦେଖାଦେଇଛି । କେବଳ ସିଏସଏଫ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ। ତାଜ ମକୁଟ ପିନ୍ଧିବାର 372 ବର୍ଷ ପରେ ଏଠାରେ ଜନଗହଳି ଦେଖାଯାଇନାହିଁ। ଇଦରେ ତାଜମହଲ ସବୁଠାରୁ ସୁନ୍ଦର ଦେଖାଯାଏ । ବହୁ ସଂଖ୍ୟକ ଲୋକ କେବଳ ନମାଜ ନୁହେଁ, ତାଜର ସୌନ୍ଦର୍ଯ୍ୟତା ଦେଖିବାକୁ ମଧ୍ୟ ଆସୁଥିଲେ ।

ତାଜମହଲ ହେଉଛି ଶାହଜାହାନଙ୍କ ତୃତୀୟ ବେଗମ ମୁମତାଜ ମହଲଙ୍କ ସମାଧି । ମୁମତାଜଙ୍କ ଦେହାନ୍ତ ପରେ ଶାହଜାହାନ ତାଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ। କୁହାଯାଏ ଯେ, ମୁମତାଜ ମହଲ ତାଙ୍କ ମୃତ୍ୟୁ ସମୟରେ ଏକ କବର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ଶାହଜାହାନ ମୁମତାଜଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ।

ତାଜମହଲର ସାହି ମସଜିଦର ଇମାମ ସଆଦତ ଅଲି କହିଛନ୍ତି ଯେ, ସେ 20 ବର୍ଷ ଧରି ନମାଜ ପାଠ କରୁଛନ୍ତି । ତାଙ୍କ ପୂର୍ବରୁ ତାଙ୍କର ପିତା ଏହି କାମ କରୁଥିଲେ। କର୍ଫ୍ୟୁ ସମୟରେ ମଧ୍ୟ ଜୁମେରେ ପ୍ରାର୍ଥନା ପଢା କାର୍ଯ୍ୟ ଯାରି ରହିଥିଲା । ସେ କହିଥିଲେ ଏହା ପୂର୍ବରୁ କେବେ ହୋଇ ନଥିଲା ଯେ ନମାଜ ପାଠ କରିବାକୁ ବାହାରୁ କେହି ତାଜ ଭିତରକୁ ଆସି ନାହାଁନ୍ତି।

ABOUT THE AUTHOR

...view details