ଆଗ୍ରା: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା 24 ତାରିଖରେ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଟ୍ରମ୍ପଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହ ଫେବୃୟାରୀ 24 ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ତାଜମହଲ ଭ୍ରମଣ ବନ୍ଦ ରହିବ।
ଆସୁଛନ୍ତି ଟ୍ରମ୍ପ, ସାଧାରଣ ଲୋକଙ୍କ ପାଇଁ 24ରେ ତାଜମହଲ ବନ୍ଦ - ତାଜମହଲ ବନ୍ଦ
ଟ୍ରମ୍ପଙ୍କ ଭାରତ ଗସ୍ତକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 24 ତାରିଖ ଭାରତ ଗସ୍ତ ସମୟରେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ତାଜମହଲ ଭ୍ରମଣ ବନ୍ଦ ରହିବ। ଅଧିକ ଖବର ପଢନ୍ତୁ...
ଆସୁଛନ୍ତି ଟ୍ରମ୍ପ, ସାଧାରଣ ଲୋକଙ୍କ ପାଇଁ 24ରେ ତାଜମହଲ ବନ୍ଦ
କଡା ସୁରକ୍ଷା ବ୍ୟବସ୍ଥା ପାଇଁ ତାଜମହଲ ବନ୍ଦ ରହିବ ବୋଲି ଆଗ୍ରା ଡିଭିଜନର ସୁପରିଟେଣ୍ଡେଣ୍ଟ ବସନ୍ତ କୁମାର ସ୍ବରର୍ଣ୍ଣାକର କହିଛନ୍ତି। ଏହି ବନ୍ଦ ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଜମହଲ ଭ୍ରମଣ କରିବେ।
ଏପିରିକି ଉକ୍ତ ଦେଇ ଯାଉଥିବା ସମସ୍ତ ଦୋକାନ,ଭୋଜନାଳୟକୁ ଚିହ୍ନଟ କରାଯାଇଛି। ଏପରିକି ସ୍ଥାନୀୟ ବିକ୍ରେତାଙ୍କ ପାଖରୁ ତଦନ୍ତକାରୀ ଦଳ ଆଧାର କାର୍ଡ ଯାଞ୍ଚ କରିଛନ୍ତି। ଏପଟେ ଟ୍ରମ୍ପଙ୍କ ସ୍ବାଗତ ପାଇଁ 24 ତାରିଖରେ ଅହମଦାବାଦର ସର୍ଦ୍ଦାର ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତର ପାରମ୍ପରିକ ଲୋକନୃତ୍ୟ ରାସ ପ୍ରଦର୍ଶନ କରାଯିବ ।