ଓଡିଶା

odisha

ETV Bharat / bharat

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: 188 ଦିନ ପରେ ଖୋଲିଲା ତାଜମହଲ - taj mahal reopens from sep 21

କୋରୋନା କଟକଣା ସହ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପ୍ରେମର ପ୍ରତୀକ । ମାର୍ଚ୍ଚ 17 ତାରିଖରୁ ତାଜମହଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତୀୟ ସର୍ବେକ୍ଷଣ ସଂସ୍ଥା । ଅଧିକ ପଢନ୍ତୁ...

188 ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାଜମହଲ
188 ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାଜମହଲ

By

Published : Sep 21, 2020, 9:50 AM IST

ନୂଆଦିଲ୍ଲୀ: ଆଗ୍ରାର ବିଶ୍ବପ୍ରସିଦ୍ଧ ତାଜମହଲ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । 188 ଦିନ ପରେ ପ୍ରେମ ପ୍ରତୀକ ତାଜମହଲକୁ ଖୋଲାଯାଇଛି । ପ୍ରବେଶ ସମୟରେ କୋଭିଡ ନିୟମ ପାଳନ କରିବାକୁ ହେବ । ହାତରେ ଗ୍ଲୋବସ, ମୁହଁରେ ମାସ୍କ ଓ ସାମାଜିକ ଦୂରତା ବଜାୟୀ ରଖିବାକୁ ନିର୍ଦ୍ଦେଶ ରହିଛି ।

ଦେଶରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି, ଭାରତୀୟ ସର୍ବେକ୍ଷଣ ସଂସ୍ଥା ତାଜମହଲକୁ 17 ମାର୍ଚ୍ଚରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଠାରୁ ପୁଣି ଥରେ ପର୍ଯ୍ୟଟକଙ୍କ ଖୋଲିଛି । ଏଥିପାଇଁ ନୂଆ ବ୍ୟବସ୍ଥା କରାଯାଇଛି ।

ତାଜମହଲକୁ ଗୋଟିଏ ଦିନରେ ମାତ୍ର 5000 ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ଏଥିପାଇଁ ଦୁଇଟି ସିଫ୍ଟ କରାଯାଇଛି। ପ୍ରତ୍ୟେକ ସିପ୍ଟରେ ଅଢେଇ ହଜାର ପର୍ଯ୍ୟଟକ ପ୍ରବେଶ କରିପାରିବେ । ସେହିପରି ଗ୍ରୁପ ଫଟୋ ଉଠାଇପାରିବେ ନାହିଁ । ତାଜମହଲ ଖୋଲିବା ନିଷ୍ପତ୍ତି ନେବା ପରେ ପ୍ରଶାସନ ପକ୍ଷରୁ କଡା ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରବେଶ ସମୟରେ ପର୍ଯ୍ୟଟକଙ୍କୁ ଅନଲାଇନରେ ଟିକେଟ କାଟିବାକୁ ପଡିବ । ପାର୍କିଂ କିମ୍ବା ଅନ୍ୟ ସବୁ ଦେୟ ଡିଜିଟାଲ ପ୍ଲାଟଫର୍ମରେ କରାଯିବ ।

ABOUT THE AUTHOR

...view details