ନୂଆଦିଲ୍ଲୀ: ତାହିର ହୁସେନ ଜଣେ ଆତଙ୍କବାଦୀ । ଆଉ ସେଭଳି ଲୋକଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରିବା ଦରକାର ବୋଲି ଏକ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ବିଧାୟକ ସଙ୍ଗୀତ ସୋମ । ସେ କହିଛନ୍ତି, ଦିଲ୍ଲୀ ହିଂସାରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଉପରେ ହୁସେନା ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ । ନାଗରିକତା ସଂଶୋଧନ ଆଇନକୁ ଯେତେ ବିରୋଧ କଲେ ମଧ୍ୟ ଏହାକୁ ଉଚ୍ଛେଦ କରାଯିବ ନାହିଁ ବୋଲି କହିଛନ୍ତି ବିଧାୟକ ସୋମ । ଉତ୍ତର ପ୍ରଦେଶର ସରଧାରଣା ନିର୍ବାଚନୀ ମଣ୍ଡଳୀର ବିଜେପି ବିଧାୟକ ସଙ୍ଗୀତ ସୋମ ।
ତାହିର ହୁସେନ ଜଣେ ଆତଙ୍କବାଦୀ, ତାକୁ ଗୁଳି କର: ବିଜେପି ବିଧାୟକ
ଦିଲ୍ଲୀ ହିଂସା ମାମଲାରେ ଗିରଫ ଆପ ନେତା ତାହିର ହୁସେନଙ୍କୁ ଆତଙ୍କବାଦୀ କହିଲା ବିଜେପି । ଏଥିସହ ତାଙ୍କୁ ସର୍ବସାଧାରଣରେ ହତ୍ୟା କରିବାକୁ କହିଲେ ବିଜେପି ବିଧାୟକ ସଙ୍ଗୀତ ସୋମ ।
ତାହିର ହୁସେନ ଜଣେ ଆତଙ୍କବାଦୀ, ତାକୁ ଗୁଳି କର: ବିଜେପି ବିଧାୟକ
ସୂଚନାଯୋଗ୍ୟ,2013ରେ ମୁଜାଫରନଗର ଦଙ୍ଗାରେ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ ବିଧାୟକ ସୋମ। ଆଉ ଏହି ସାମ୍ପ୍ରଦାୟିକ ସଂଘର୍ଷରେ ପାଖାପାଖି 60ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ତାଙ୍କ ଓକିଲ ଅନିଲ ଜିନ୍ଦଲ କୁହନ୍ତି, ସଙ୍ଗୀତ ସୋମ ଆଇଟି ଆକ୍ଟ ଅନୁଯାୟୀ 2013ରେ ଖାତାଉଲି ପୋଲିସ ଷ୍ଟେସନରେ ବୁକ କରାଯାଇଛି । କୋର୍ଟ ବର୍ତ୍ତମାନ ଏପ୍ରିଲ 15କୁ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଭାବରେ ସ୍ଥିର କରିଛନ୍ତି ।
ସୌଜନ୍ୟ:@IANS