ନୂଆଦିଲ୍ଲୀ: ତବଲିଗ ଜମାତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର 20 ଟି ସ୍ଥାନରେ ଚଢାଉ କରିଛି । ଇଡି ଦିଲ୍ଲୀର ସାତୋଟି ସ୍ଥାନ, ମୁମ୍ବାଇର ପାଞ୍ଚଟି ସ୍ଥାନ, ହାଇଦ୍ରାବାଦରେ ଚାରିଟି ସ୍ଥାନ ଏବଂ କେରଳରେ ତିନୋଟି ସ୍ଥାନରେ ଚଢାଉ କରିଛି। ଚଢାଉ କରି ଦସ୍ତାବିଜ ଯାଞ୍ଚ କରାଯାଉଥିବା ଜଣାପଡିଛି ।
ତବଲିଗ ଜମାତ ମାମଲା, 20ଟି ସ୍ଥାନରେ ଇଡିର ଚଢାଉ - Tablighi Jamaat case
ଇଡି ଦଳ ଦିଲ୍ଲୀର ସାତୋଟି ସ୍ଥାନ, ମୁମ୍ବାଇର ପାଞ୍ଚଟି ସ୍ଥାନ, ହାଇଦ୍ରାବାଦରେ ଚାରିଟି ସ୍ଥାନ ଏବଂ କେରଳରେ ତିନୋଟି ସ୍ଥାନରେ ଚଢାଉ କରିଛି। ଚଢାଉ କରି ଦସ୍ତାବିଜ ଯାଞ୍ଚ କରାଯାଉଥିବା ଜଣାପଡିଛି ।
ତବଲିଗ ଜାମାତ ମରକଜର ମୁଖ୍ୟ ମୌଲାନା ସାଦ ଏବଂ ଅନ୍ୟ ମାନଙ୍କ ବିରୋଧରେ ଲାଗିଥିବା ଇଡି ମନି ଲଣ୍ଡ୍ରିଂ ମାମଲାରେ ଏହି ଚଢାଉ କରିଛି ଇଡି । ଦିଲ୍ଲୀର ଜାକିର ନାଗର ଅଞ୍ଚଳରେ ଥିବା ମୌଲାନା ସାଦଙ୍କ ବାସଭବନ ଉପରେ ମଧ୍ୟ ଚଢାଉ ହୋଇଛି । ଏହା ବ୍ୟତୀତ ମୁମ୍ବାଇର ଅନ୍ଧେରି ଏବଂ ଏସ.ଭି ରୋଡ ଅଞ୍ଚଳରେ ଥିବା ସାଦଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି ।
ସୂଚନାଯୋଗ୍ୟ ଯେ, କୋରୋନା ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ନିୟମ ଉଲଂଘନ ମାମଲା ସାମ୍ନାକୁ ଆସିବା ପରେ ମୌଲାନା ସାଦ ଏବଂ ତାଙ୍କର 5 ଜଣ ସହଯୋଗୀଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି । ମୌଲାନା ସାଦଙ୍କ ସହଯୋଗୀଙ୍କୁ ମଧ୍ୟ ଜେରା କରିଥିଲା ।