ଓଡିଶା

odisha

ETV Bharat / bharat

ଦକ୍ଷିଣ ପଶ୍ଚିମାଞ୍ଚଳର ରେଳପଥ ପ୍ରସ୍ତୁତ କଲା 7295 ମାସ୍କ ସହ 1200 ଲିଟର ସାନିଟାଇଜର - mask sanitiser

ଲକ ଡାଉନ ସଙ୍କଟର ମୁକାବିଲା ପାଇଁ ରେଳବାଇ ସାନିଟାଇଜର ଏବଂ ମାସ୍କର ଘରୋଇ ଉତ୍ପାଦନ ପାଇଁ ପଦକ୍ଷେପ ନେଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ରେଳପଥ ସର୍ଜିକାଲ୍ ସ୍ପିରିଟ୍, ଆଲୋଭେରା ଜେଲ୍, ଗ୍ଲାଇସେରଲ ଏବଂ ସୁଗନ୍ଧ ବ୍ୟବହାର କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂତ୍ର ଅନୁସରଣ କରି ସାନିଟାଇଜର ପ୍ରସ୍ତୁତ କରୁଛି । ଅଧିକ ପଢ଼ନ୍ତୁ...

swr-chips-in-with-7295-masks-1200-litres-of-sanitiser
ଦକ୍ଷିଣ ପଶ୍ଚିମାଞ୍ଚଳର ରେଳପଥ 7295 ମାସ୍କ, 1200 ଲିଟର ସାନିଟାଇଜ ପ୍ରସ୍ତୁତ କଲା

By

Published : Apr 7, 2020, 7:33 PM IST

ବେଙ୍ଗାଲୁରୁ: କୋଭିଡ ମହାମାରୀ ମଧ୍ୟରେ ଅଭାବକୁ ପୂରଣ କରିବା ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଳବାଇ ଜୋନ୍ 7295 ମାସ୍କ ଏବଂ 1200 ଲିଟର ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରିଛି । ଅତ୍ୟାବଶ୍ୟକ ଚିକିତ୍ସା ଦ୍ରବ୍ୟର ଚାହିଦା ବୃଦ୍ଧି ହେତୁ ରେଳବାଇ ସାନିଟାଇଜର ଘରୋଇ ଉତ୍ପାଦନ ଏବଂ ଲକଡାଉନ ସଙ୍କଟର ମୁକାବିଲା ପାଇଁ ଘର ଭିତରେ ମାସ୍କ ତିଆରି କରିଛି ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ରେଳବାଇର ମୁଖପାତ୍ର କହିଛନ୍ତି।

ଦକ୍ଷିମ ପଶ୍ଚିମ ରେଲପଥ ସର୍ଜିକାଲ୍ ସ୍ପିରିଟ୍, ଆଲୋଭେରା ଜେଲ୍, ଗ୍ଲାଇସେରଲ୍ ଏବଂ ସୁଗନ୍ଧ ବ୍ୟବହାର କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂତ୍ର ଅନୁସରଣ କରି ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରୁଛି । ରେଳବାଇର ୱାର୍କସପରେ ସିଲେଇ ଏବଂ ଫର୍ବିଙ୍ଗ୍ ବିଭାଗରେ ଫେସ୍ ମାସ୍କ ପ୍ରସ୍ତୁତ କରାଯାଉଛି । ଏହି ମାସ୍କ ଗୁଡିକ ସୂତା କପଡା ବ୍ୟବହାର କରି ପ୍ରସ୍ତୁତ କରାଯାଉଛି ।

ରେଳ ଜୋନର ହବବାଲି ଡିଭିଜନ 450 ମାସ୍କ ଏବଂ 220 ଲିଟର ସାନିଟାଇଜର, ହବବାଲି କର୍ମଶାଳା, 1,225 ମାସ୍କ ଏବଂ 400 ଲିଟର, ବେଙ୍ଗାଲୁରୁ ଡିଭିଜନ, 3000 ମାସ୍କ ଏବଂ 300 ଲିଟର, ମିସୁରୁ କର୍ମଶାଳା, 2100 ମାସ୍କ ଏବଂ 280 ଲିଟର ସାନିଟାଇଜର ଏବଂ ମିସୁରୁ ଡିଭିଜନ 520 ମାସ୍କ ଉତ୍ପାଦନ କରିଛି ।

ABOUT THE AUTHOR

...view details