ଓଡିଶା

odisha

ETV Bharat / bharat

ଫେରିବ କଳାଧନ, ଜମାକାରୀଙ୍କ ନାମ ସାର୍ବଜନୀନ କରିବ ସ୍ବିସ୍ ବ୍ୟାଙ୍କ - ସ୍ବିସ ବ୍ୟାଙ୍କ

ଡଜନରୁ ଅଧିକ କଳାଧନ ଜମାକାରୀ ଭାରତୀୟଙ୍କୁ ନୋଟିସ ଜାରି ହୋଇଥିବା ସୂଚନା ମିଳିଛି । ସ୍ବିଜରଲ୍ୟାଣ୍ଡ ସରକାରଙ୍କ ପକ୍ଷରୁ ଭାରତୀୟ ଜମାକାରୀଙ୍କୁ ଏହି ନୋଟିସ ଜାରି କରାଯାଇଛି ।

ପ୍ରତିକାତ୍ମକ ଫଟୋ

By

Published : May 27, 2019, 9:50 AM IST

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶକୁ ଫେରିବ କଳାଧନ ! ବଢିଲା ଭାରତୀୟ କଳାଧନ ଜମାକାରୀଙ୍କ ଅଡୁଆ । କାରଣ ସ୍ବିଜରଲ୍ୟାଣ୍ଡ (ସ୍ବିସ୍) ବ୍ୟାଙ୍କ ଜମାକାରୀଙ୍କ ନାମ ସାର୍ବଜନୀନ କରିବାକୁ ଆରମ୍ଭ କରିଛି ପ୍ରକ୍ରିୟା ।

ପ୍ରକାଶ ଯେ, ଡଜନରୁ ଅଧିକ କଳାଧନ ଜମାକାରୀ ଭାରତୀୟଙ୍କୁ ନୋଟିସ ଜାରି ହୋଇଥିବା ସୂଚନା ମିଳିଛି । ସ୍ବିଜରଲ୍ୟାଣ୍ଡ ସରକାରଙ୍କ ପକ୍ଷରୁ ଭାରତୀୟ ଜମାକାରୀଙ୍କୁ ଏହି ନୋଟିସ ଜାରି କରାଯାଇଛି ।

ଗତ ମାର୍ଚ୍ଚ ମାସରୁ ନେଇ ବର୍ତ୍ତମାନ ଯାଁଏ ପାଖାପାଖି 25 ଭାରତୀୟ ଜମାକାରୀଙ୍କୁ ସ୍ବିସ୍ ବ୍ୟାଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି ।

ଏହାସହ ନିଜ ସବିଶେଷ ତଥ୍ୟ ସାର୍ବଜାନୀନ କରିବା ବିରୋଧରେ ତୁରନ୍ତ ଆବେଦନ କରିବାକୁ ଭାରତୀୟ ଜମାକାରୀଙ୍କ ପାଇଁ ଏହା ଶେଷ ସୁଯୋଗ ଓ ଆସନ୍ତା 30 ଦିନ ମଧ୍ୟରେ ଆବେଦନ କରିବାକୁ ସ୍ବିଜରଲ୍ୟାଣ୍ଡ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ କରାଯାଇଛି ।

ABOUT THE AUTHOR

...view details