ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ସ୍ୱାଇନ ଫ୍ଲୁ ଆତଙ୍କ: ମୃତ୍ୟୁ ସଂଖ୍ୟା ଛୁଇଁଲା 112 - touches

ସୋମବାର ରାଜସ୍ଥାନରେ ସ୍ୱାଇନ ଫ୍ଲୁ ଭୂତାଣୁରେ ସଂକ୍ରମିତ 79ଟି ତାଜା ମାମଲା ସାମନାକୁ ଆସିିଛି । ଚଳିତ 1 ମାସ(ଜାନୁଆରୀ1-ଫେବୃଆରୀ11) ମଧ୍ୟରେ ରାଜ୍ୟରେ 112ଜଣଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 12, 2019, 3:56 PM IST

ଜୟପୁର: ଦେଶରେ କାୟା ବିସ୍ତାର କରୁଛି ସ୍ୱାଇନ ଫ୍ଲୁ । ଏହିକ୍ରମରେ ଏହାର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ସୋମବାର ରାଜସ୍ଥାନରେ ସ୍ୱାଇନ ଫ୍ଲୁ ଭୂତାଣୁରେ ସଂକ୍ରମିତ 79ଟି ତାଜା ମାମଲାର ସୂଚନା ମିଳିଛି ।

ଇତିମଧ୍ୟରେ ରାଜ୍ୟରେ ସ୍ୱାଇନ ଫ୍ଲୁରେ ବାରମେର, ଜୈସଲମେର, ଜୟପୁର, ଉଦୟପୁର, ଏବଂ ଚିତୋରଗଡରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ 1 ମାସ(ଜାନୁଆରୀ1-ଫେବୃଆରୀ11) ମଧ୍ୟରେ ରାଜ୍ୟରେ 112ଜଣଙ୍କ ମୃତ୍ୟୁ ହୋଇଛି ।

ସୋମବାର ଜୟପୁରରେ 36 ଜଣ ଏହି ଭୂତାଣୁର ଆକ୍ରାନ୍ତ ହୋଇଥିବା ବେଳେ ଜୈସଲମେରରେ 9, ଝୁନଜୁନରେ 4, ଦୌସା, ବିକାନେର, ଗଙ୍ଗାନଗର ଏବଂ ଉଦୟପୁରରେ 3 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସିକର, ଯୋଧପୁର, ଜୌସନମେର, କୋଟା, ନାଗୌର, ଅଜମେର, ରାଜସମଦରେ 2 ଜଣ ଏବଂ ଭିଲୱାରା, ବରନ, ଭରତପୁର ଏବଂ ଅଲୱରରେ ଗୋଟିଏ ରୋଗୀ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛି ।

ତେବେ H1N1 ଭୂତାଣୁ ଦ୍ବାରା ବ୍ୟାପୁଥିବା ଏହି ଭୂତାଣୁ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ।

ABOUT THE AUTHOR

...view details