ଶ୍ରୀନଗର: ମଧ୍ୟରାତ୍ରରୁ ଜାମ୍ମୁ ଓ କାଶ୍ମୀର ସହ ଲଦାଖ ନୂଆ କେନ୍ଦ୍ରଶାସିତ ପ୍ରଦେଶର ଔପଚାରିକ ମାନ୍ୟତା ପାଇଛି । ଏଥିସହ ଏଠାରେ ବଦଳିଯାଇଛି ଅନେକ ନିୟମ । ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ପଦ ଥିଲା । ହେଲେ ଆଜିଠାରୁ ଦୁଇ କେନ୍ଦ୍ରଶାସିତ ପ୍ରଦେଶରେ ଉପରାଜ୍ୟପାଳ ରହିବେ । ଏଥିପାଇଁ ପୂର୍ବରୁ ଉପରାଜ୍ୟପାଳ ନିଯୁକ୍ତି ହୋଇସାରିଥିବା ବେଳେ ଗୁରବାର ଶବଥଗ୍ରହଣ ହୋଇଛି ।
କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା ପାଇଥିବା ଲଦାଖର ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଗୁରବାର ଶପଥ ନେଇଛନ୍ତି । ଜାମ୍ମୁ ଓ କାଶ୍ମୀରର ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ ଗୀତା ମିତ୍ତଲ ମାଥୁରଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଏକ ସାଧାରଣ ସଭାରେ ଏହି ଶପଥଗ୍ରହଣ ଉତ୍ସବ ସମ୍ପନ୍ନ ହୋଇଛି ।