ଓଡିଶା

odisha

ETV Bharat / bharat

ଆଜି ଶପଥ ନେବେ ହେମନ୍ତ; ରାଞ୍ଚିରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ - ବିଜେପି ବିରୋଧୀ

ରବିବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ସାମିଲ ହେବେ ବିଜେପି ବିରୋଧୀ । ଗର୍ଜିବେ ସରକାରଙ୍କ ବିରୋଧରେ । ଅଧିକ ପଢନ୍ତୁ...

ଆଜି ଶପଥ ନେବେ ହେମନ୍ତ
ଆଜି ଶପଥ ନେବେ ହେମନ୍ତ

By

Published : Dec 29, 2019, 2:34 AM IST

ରାଞ୍ଚି: ରବିବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ ନେତା ହେମନ୍ତ ସୋରେନ । ହେମନ୍ତଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ନିଜ ଅଭିଷେକ ଉତ୍ସବରେ ସାକ୍ଷୀ ରହିବା ପାଇଁ ଜାତୀୟ ନେତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ରବିବାର ଛାଡଖଣ୍ଡରେ ବିରୋଧୀ କରିବେ ଶକ୍ତି ପ୍ରଦର୍ଶନ । 2019 ସାଧାରଣ ନିର୍ବାଚନରେ ମୋଦି ସୁନାମିରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ବିରୋଧୀ କୂଳକୁ ଲାଗିବାକୁ ସାହାରା ପାଉନଥିଲେ । ଯଦିଓ ମହାରାଷ୍ଟ୍ରରେ ସୁଯୋଗ ଆସିଥିଲା ବିରୋଧୀଙ୍କୁ ଏକାଠି ହେବାକୁ କିନ୍ତୁ ସେଠି ଯେଉଁଭଳି ଭାବେ ସରକାର ଗଠନ ହେଲା ତାହା ସରକାର ବିରୋଧୀ ମେଳି ପାଇଁ ଅନୁକୂଳ ନଥିଲା ।

ଝାଡଖଣ୍ଡରେ ବିଜେପିକୁ କ୍ଷମତାଚ୍ୟୁତ କରି ଜେଏମଏମ ମେଣ୍ଟ କ୍ଷମତାକୁ ଫେରିବା ପରେ ବିରୋଧୀ ଶିବିରରେ ଏବେ ଉତ୍ସବର ମାହୋଲ । ବିଜେପିର ବିଜୟ ରଥକୁ ଅଟକାଇଥିବାରୁ ବିରୋଧୀ ଏବେ ଫୁଲଫର୍ମରେ । ପୁଣି ସିଏଏ କୁ ନେଇ ପିକ୍‌ଅପରେ ଅଛନ୍ତି ବିରୋଧୀ । ତେଣୁ ରାଞ୍ଚି ରାଜଦରବାର ହିଁ ହେବ ଏକ ଉତ୍କୃଷ୍ଟ ସ୍ଥାନ ଯେଉଁଠି ସରକାର ବିରୋଧରେ ଲଢିବା ପାଇଁ ଶକ୍ତି ମିଳିବ ବିରୋଧୀଙ୍କୁ । ସେହି ଦୃଷ୍ଟିରୁ ହେମନ୍ତ ସୋରେନ ମଧ୍ୟ ସମସ୍ତ ଜାତୀୟ ସ୍ତରର ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ସେପଟେ ରବିବାର ରାଞ୍ଚିରେ ବିରୋଧୀ ରଣହୁଙ୍କାର ଦେବେ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ତୁଙ୍ଗ ନେତା, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ଆଞ୍ଚଳିକ ଦଳର ମୁଖ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଏହାସହ ବିଜେପିର ଚିରଶତ୍ରୁ ପାଲଟିଥିବା ଶିବସେନା ମଧ୍ୟ ଏହି ମେଳିରେ ସାମିଲ ହେଉଥିବା ଜଣାପଡିଛି ।

ଏହାପୂର୍ବରୁ 2018ରେ ବିଜେପି ବିରୋଧୀ କର୍ଣ୍ଣାଟକରେ ଏକାଠି ହୋଇଥିଲେ । ଅବସର ଥିଲା କୁମାରସ୍ବାମୀଙ୍କ ଅଭିଷେକ । ସେଠି ମଧ୍ୟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମମତା ବାନାର୍ଜୀ , ମାୟାବତୀ, ଅଖିଳେଶ ଯାଦବ, କେଜ୍ରିୱାଲ ଓ ଚନ୍ଦ୍ରବାବୁ ନାଇଡୁଙ୍କ ପରି ବିରୋଧୀ ଦଳ ମୁଖ୍ୟ ଏକାଠି ହୋଇ ସରକାରଙ୍କ ବିରୋଧରେ ଗର୍ଜିଥିଲେ । ଯାହା ରବିବାର ରାଞ୍ଚିରେ ପୁନରାବୃତ୍ତି ହେବ । କାରଣ ବିରୋଧୀ ନିଜ ନିଜ ଭିତରେ ଗୋଡ ଟଣାଟଣି ହେଲେ ସରକାରଙ୍କ ବିରୋଧରେ ଲଢିବା ସମ୍ଭବ ନୁହେଁ । ତେଣୁ ବିଜେପିକୁ ହଟାଇବାକୁ ହେଲେ ବିରୋଧୀ ଏବେ ଏକ ହେବାର ସମୟ । ତେଣୁ ରବିବାର ବିଜେପି ବିରୋଧୀଙ୍କ ଶକ୍ତି ମଞ୍ଚସ୍ଥ ହେବ ହେମନ୍ତ ସୋରେନଙ୍କ ଅଭିଷେକ ମଞ୍ଚରେ ।

ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଏକାକି ଲଢି କ୍ଷମତା ହରାଇଥିବା ବେଳେ ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟ କରି କ୍ଷମତାକୁ ଫେରିଛନ୍ତି । ମେଣ୍ଟର ନେତା ହେମନ୍ତ ସୋରେନ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ABOUT THE AUTHOR

...view details