ଓଡିଶା

odisha

ETV Bharat / bharat

ସ୍ବାତୀ ମାଲିୱାଲଙ୍କୁ ଦିଲ୍ଲୀ ଓକିଲ ସଂଘର ସମର୍ଥନ - lower support swati maliwal news

ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦୁଷ୍କର୍ମକାରୀଙ୍କ ପାଇଁ  କଠୋର ଆଇନ ପ୍ରଣୟନ କରିବାକୁ ଗତ 9 ଦିନ ହେବ ରାଜଘାଟରେ ଆମରଣ ଅନଶନ କରୁଥିବାବେଳେ ଗୁରୁବାର ତାଙ୍କୁ ସମର୍ଥନ କରିବାକୁ ପହଞ୍ଚିଛନ୍ତି ଦିଲ୍ଲୀର ଓକିଲ ସଂଘ ।

lawyers_support
ଫଟୋ ସୌଜନ୍ୟ:ଇଟିଭି ଭାରତ

By

Published : Dec 12, 2019, 1:37 PM IST

ନୂଆଦିଲ୍ଲୀ: ସ୍ବାତୀ ମାଲିୱାଲଙ୍କୁ ସମର୍ଥନ କରିବାକୁ ପହଞ୍ଚିଛନ୍ତି ଦିଲ୍ଲୀର ଓକିଲ ସଂଘ । ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଆଇନ ପ୍ରଣୟନ କରିବାକୁ ଗତ 9 ଦିନ ହେବ ରାଜଘାଟରେ ଆମରଣ ଅନଶନ କରୁଥିବାବେଳେ ଗୁରୁବାର ତାଙ୍କୁ ସମର୍ଥନ କରିବାକୁ ପହଞ୍ଚିଛନ୍ତି ଦିଲ୍ଲୀର ଓକିଲ ସଂଘ ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ

ତେବେ ଦିଲ୍ଲୀ ବାର କାଉନସିଲ୍ କୋଡିନେଶନ କମିଟିର ଚେୟାରମନ୍ୟାନ ମହାବୀର ଶର୍ମା ସ୍ବାତୀ ମାଲିୱାଲଙ୍କୁ ସମର୍ଥନ କରି କହିଛନ୍ତି, ଦେଶରେ ଦୁଷ୍କର୍ମକାରୀଙ୍କ ପାଇଁ କଡା ଆଇନ ପ୍ରଣୟନ ହେବା ଜରୁରୀ ଅଟେ । ତେବେ ଯେଉଁ ଦାବି ନେଇ ସ୍ବାତୀ ମାଲିୱାଲ ଆମରଣ ଅନଶନ କରୁଛନ୍ତି ତାହା ସାଧାରଣ ଅଟେ ବୋଲି ମହାବୀର ଶର୍ମା କହିଛନ୍ତି ।

ଏଥିସହ ସେ କହିଛନ୍ତି, ଆମ ଦେଶର ଆଇନ ବ୍ୟବସ୍ଥା ଢିଲା ଅଟେ । ଯାହାଫଳରେ ଏହାର ଶିକାର ମହିଳାମାନେ ହେଉଛନ୍ତି । ତେଣୁ ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଆଇନ ପ୍ରଣୟନ ହେବା ଜରୁରୀ ଅଟେ ।

ସୂଚନାଯୋଗ୍ୟ, ପୂର୍ବରୁ ସ୍ବାତୀ ମାଲିୱାଲ 2018ରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ 10 ଦିନ ଅନଶନରେ ବସିଥିଲେ । ସେ ସମୟରେ କେନ୍ଦ୍ର କ୍ୟାବିନେଟ 12 ବର୍ଷରୁ କମ୍‌ ନାବାଳିକାଙ୍କ ସହ ଦୁଷ୍କର୍ମ କରୁଥିବା ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ନେଇ ଆଇନ ପ୍ରବନ୍ଧନ ହୋଇଥିଲା । ଏହି ଘୋଷଣା ପରେ ସ୍ବାତୀ ନିଜ ଅନଶନରୁ ଓହରିଥିଲେ ।

ABOUT THE AUTHOR

...view details