ଓଡିଶା

odisha

ETV Bharat / bharat

ପଞ୍ଚମ ଦିନରେ ସ୍ବାତୀ ମାଲୀୱାଲଙ୍କ ଆମରଣ ଅନଶନ, ବିଗିଡିଲା ସ୍ବାସ୍ଥ୍ୟ - ଦୁଷ୍କର୍ମକୁ ବିରୋଧ କରି ଆମରଣ ଅନଶନ

ଦୁଷ୍କର୍ମକୁ ବିରୋଧ କରି ଆମରଣ ଅନଶନରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ । 6 ମାସ ମଧ୍ୟରେ ଫାଶୀ ଦେବାକୁ ଦାବି ।

Swati Maliwal's fast continues
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 8, 2019, 10:06 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ବାତୀ ମାଲୀୱାଲଙ୍କ ଆମରଣ ଅନଶନ । ଦୀର୍ଘ 5ଦିନ ହେବା ଆମରଣ ଅନଶନରେ ବସିଛନ୍ତି ସ୍ବାତୀ ମାଲୀୱାଲ । 6ମାସ ମଧ୍ୟରେ ଦୁଷ୍କର୍ମ ମାମଲାର ଶୁଣାଣି ଓ ଅନ୍ୟ କିଛି ଦାବି ନେଇ ରାଜଘାଟଠାରେ ଥିବା ଧାରଣା ସ୍ଥଳରେ ଧାରଣା ଦେଇଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ସ୍ବାତୀଙ୍କ ଓଜନ କମିବା ସହ ରକ୍ତଚାପ ମଧ୍ୟ ବୃଦ୍ଧି ପାଇଛି । ଶନିବାର ସ୍ବାତୀ ଧାରଣାସ୍ଥଳରେ ଥିବା ମହାତ୍ମାଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବାକୁ ହ୍ବିଲଚେୟାରରେ ପହଞ୍ଚିଥିଲେ । ଉନ୍ନାଓ ପୀଡିତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଦୋଷୀଙ୍କୁ ଏକ ମାସ ମଧ୍ୟରେ ଫାଶୀ ଦେବା ପାଇଁ ଦାବି କରିଛନ୍ତି ।

ସରକାର ସମ୍ବେଦନଶୀଳ ନୁହେଁ, ତାଙ୍କୁ ମହିଳାଙ୍କ ଚିତ୍କାର ଶୁଣାଯାଏନି ବୋଲି କହିଛନ୍ତି ସେ । ଅନ୍ୟପକ୍ଷେ ସ୍ବାତୀ ମାଲୀୱାଲଙ୍କ ସମର୍ଥନରେ ମଣ୍ଡାବଲୀ ରେଲୱେ କଲୋନୀର ମହିଳାମାନେ ମଶାଲ୍ ଯାତ୍ରା କରିଥିଲେ ।

ABOUT THE AUTHOR

...view details