ନୂଆଦିଲ୍ଲୀ: ସାରା ଦେଶରେ ଲାଗି ରହିଛି ମହାମାରୀ କୋରୋନା ସଂକ୍ରମଣ । ଏପରି ସ୍ଥିତିରେ ଜାରି ହୋଇସାରିଛି କେନ୍ଦ୍ର ସରକାରଙ୍କ ଅନଲକ-5ର ଗାଇଡଲାଇନ । ପର୍ଯ୍ୟାୟକ୍ରମେ ଧର୍ମାନୁଷ୍ଠାନ, ସିନେମା ହଲ, ସ୍ବିମିଂପୁଲ, ହୋଟେଲ ଆଦି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ମଧ୍ୟରେ ଅକ୍ଟୋବର 13ରେ ଖୋଲିବାକୁ ଯାଉଛି ଦିଲ୍ଲୀର ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର ।
ଅକ୍ଟୋବର 13ରୁ ଖୋଲିବ ଦିଲ୍ଲୀ ଅକ୍ଷରଧାମ ମନ୍ଦିର
ଅକ୍ଟୋବର 13ରେ ଖୋଲିବାକୁ ଯାଉଛି ଦିଲ୍ଲୀର ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର । ମନ୍ଦିର ପରିସରରେ କଡାକଡି ଭାବରେ ପାଳନ ହେବ କୋଭିଡ ଗାଇଡଲାଇନ । ଅଧିକ ପଢନ୍ତୁ...
ଅକ୍ଟୋବର 13ରୁ ଖୋଲିବ ଦିଲ୍ଲୀ ଅକ୍ଷରଧାମ ମନ୍ଦିର
ମନ୍ଦିରରେ ଦର୍ଶନ ପାଇଁ ଗାଇଡଲାଇନ ଜାରି କରାଯାଇଛି । ମନ୍ଦିର ପରିସରରେ କଡାକଡି ଭାବରେ ପାଳନ ହେବ କୋଭିଡ ଗାଇଡଲାଇନ । ମାସ୍କ, ଥର୍ମାଲ ସ୍ରିନିଂ ଆଦି ବାଧ୍ୟତାମୂଳକ କରାଯାଇଛି ।
ଦର୍ଶନ ପାଇଁ ସଂଧ୍ୟା 5ଟାରୁ 7ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଅନୁମତି ପ୍ରଦାନ କରାଯାଇଛି । ନିର୍ଦ୍ଧିଷ୍ଟ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିରରେ ମଧ୍ୟକୁ ପ୍ରବେଶ କରିପାରିବେ ।