ଓଡିଶା

odisha

ETV Bharat / bharat

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ: ବେଲୁର ମଠରେ ମୋଦିଙ୍କ ପୂଜାର୍ଚ୍ଚନା

ଦୁଇ ଦିନିଆ  ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସ୍ବାମୀ ବିବେକାନନ୍ଦଙ୍କ 157 ତମ ଜନ୍ମ ଜୟନ୍ତୀଙ୍କୁ ସାରାଦୁନିଆ ପାଳୁଥିବାବେଳେ ରବିବାର ସକାଳେ କୋଲକାତା ସ୍ଥିତ ଐତିହାସିକ ବେଲୁର ମଠସ୍ଥିତ ରାମକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ମୋଦି । ଅଧିକ ପଢନ୍ତୁ...

By

Published : Jan 12, 2020, 10:45 AM IST

Updated : Jan 12, 2020, 1:44 PM IST

swami vivekananda jayanti
ଡିଜାଇନ ଫଟୋ

କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାମୀ ବିବେକାନନ୍ଦଙ୍କ 157 ତମ ଜନ୍ମ ଜୟନ୍ତୀଙ୍କୁ ସାରା ଦୁନିଆ ପାଳୁଥିବା ବେଳେ ରବିବାର ସକାଳେ କୋଲକାତା ସ୍ଥିତ ଐତିହାସିକ ବେଲୁର ମଠର ରାମକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ମୋଦି। ଏହାସହ ମଠରେ ସାଧୁ ସନ୍ଥଙ୍କ ସହ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମକୃଷ୍ଣ ପରମହଂସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପିଏମ ।

ଭିଡିଓ ସୌଜନ୍ୟ: ଏଏନଆଇ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମଠରେ ରାତ୍ରୀଯାପନ କରିଛନ୍ତି । ଏହାକୁ ଆଖି ଆଗରେ ରଖି ଅତିଥି ଭବନରେ କଡା ସୁରକ୍ଷା ଯୋଗାଇଥିଲେ ଏସ୍‌ପିଜି ଏବଂ ରାଜ୍ୟ ପୋଲିସ । ଏହି ମଠରେ ରାତ୍ରୀଯାପନ କରିବାରେ ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ।

ଫଟୋ ସୌଜନ୍ୟ:ଟ୍ବିଟର@narendramodi


ମିଶନ୍‌ର ଅଧ୍ୟକ୍ଷ ସ୍ବାମୀ ଶାରଦାନନ୍ଦଙ୍କୁ ମଧ୍ୟ ସେ ଗତକାଲି ଭେଟିଥିଲେ । ଏହାପରେ ମୋଦି ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରବାସୀଙ୍କୁ ସମ୍ଭୋଧନ କରିଛନ୍ତି ।

Last Updated : Jan 12, 2020, 1:44 PM IST

ABOUT THE AUTHOR

...view details