ଓଡିଶା

odisha

ETV Bharat / bharat

ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦ ଅସୁସ୍ଥ - ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦ ଅସୁସ୍ଥ

ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ଅଚାନକ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି। ଶାହଜାହାଁପୁର ସ୍ଥିତ ନିଜ ବାସଭବନରେ ଚିକିତ୍ସିତ ହେଉଛନ୍ତି ସେ। ତାଙ୍କ ବିରୋଧରେ ଜଣେ ଲ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

ସ୍ବାମୀ ଚିନ୍ମୟାନନ୍ଦ ଅସୁସ୍ଥ

By

Published : Sep 17, 2019, 10:10 AM IST

ଲକ୍ଷ୍ନୌ: ଅଚାନକ ଅସୁସ୍ଥ ହୋଇପଡିଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦ । ଶାହଜାହାଁପୁର ସ୍ଥିତ ତାଙ୍କ ବାସଭବନରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କ ବିରୋଧରେ ଜଣେ ଲ ଛାତ୍ରୀ ଦୁଷ୍କର୍ମ ଏବଂ ବ୍ଲାକମେଲିଂ କରିଥିବା ଅଭିଯୋଗ ଆଣିଥିଲେ । ଏହା ପରେ ପୀଡିତା ଉତ୍ତରପ୍ରଦେଶରୁ ଗାଏବ ହୋଇ ଯାଇଥିଲେ। ପରେ ତଦନ୍ତରୁ ଜଣାପଡିଥିଲା ଯେ ସେ ଏବେ ରାଜସ୍ଥାନରେ ଅଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଏସଆଇଟି ଗଠନ କରିଛନ୍ତି। ସେପଟେ ବିରୋଧୀଙ୍କ କହିବା କଥା ଯେ, ତାଙ୍କ ବିରୋଧ ଅଭିଯୋଗ ଆସିବା ସତ୍ତ୍ବେ କାହିଁକି ପୋଲିସ ତାଙ୍କୁ ଗିରଫ କରୁନାହିଁ।

ସେପଟେ ସୋମବାର ଏସଆଇଟି ପୀଡିତାଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଇଛି। ସିଆରପିସି ଧାରା 164 ଅନୁସାରେ ତାଙ୍କର ବୟାନ ରେକର୍ଡ କରାଯାଇଛି। ସେପଟେ ପୀଡିତାଙ୍କ ବାପାଙ୍କ ଅଭିଯୋଗ ଯେ ଏସଆଇଟି ତାଙ୍କ ଝିଅ ଦ୍ବାରା ଦିଆଯାଇଥିବା ଭିଡିଓ ରେକର୍ଡରୁ କିଛି ଫୁଟେଜ ଗାଏବ କରିଛି। ଏହା ପଛରେ ଷଡଯନ୍ତ୍ର ରହିଛି। ଯଦି ଆବଶ୍ୟକ ପଡେ ଏ ଘଟଣାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ।

ABOUT THE AUTHOR

...view details