ଆଉ ଦିନକ ପରେ ଗାନ୍ଧୀଙ୍କ 150ତମ ଜନ୍ମଜୟନ୍ତୀ । ଚଳିତ ଥର ନିଆରା ଢଙ୍ଗରେ ଗାନ୍ଧୀଙ୍କ ଜନ୍ମଦିନକୁ ପାଳିବ ସମଗ୍ର ଦେଶ । ପୂରା ଭାରତକୁ ସ୍ବଚ୍ଛ ନେଇ ନିଆଯିବ ପଣ । ଏହିଦିନଠାରୁ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରି ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ 130 କୋଟି ଜନତା ।
ସ୍ବଚ୍ଛତା ସୁସ୍ଥ ଓ ସମୃଦ୍ଧ ଜୀବନ ଦେଇଥାଏ । ନିର୍ମଳ ପରିବେଶ ହିଁ ସୁଖୀ ଜୀବନର ରହସ୍ୟ ବୋଲି ବିଶ୍ବାସ କରୁଥିଲେ ବାପୁ । କେବଳ ନିଜର ଚାରିପାଖ ନୁହେଁ ବରଂ ମନକୁ ବି ସ୍ବଚ୍ଛ ରଖିବାକୁ ପରାମର୍ଶ ଦେଉଥିଲେ ବାପୁ । ଏଥିପାଇଁ ସେ ତ୍ରିକୋଣୀୟ ସ୍ବଚ୍ଛତା, ଅସ୍ପୃଶ୍ୟତା ଓ ରାଷ୍ଟ୍ରୀୟ ସ୍ବୟତତା ମଧ୍ୟରେ ଥିବା ସମ୍ବନ୍ଧକୁ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ।
ଏ ସମ୍ପର୍କରେ ଗାନ୍ଧୀ ଗୋଟିଏ ଥର କହିଥିଲେ ଯେ, ‘ ପ୍ରତି ବ୍ୟକ୍ତି ଜଣେ ଜଣେ ଝାଡୁଦାର’ । ଏହି ଉକ୍ତି କେବଳ ସ୍ବଚ୍ଛତାକୁ ପାଇଁ ନୁହେଁ ବରଂ ସାମଜରୁ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ଏକ ବଡ ମହୌଷଧି । ଇଂରେଜଙ୍କୁ ଦେଶରୁ ତଡିବା ପାଇଁ ସମସ୍ତଙ୍କ ଯୋଗଦାନ ମହତ୍ବପୂର୍ଣ୍ଣ ଥିଲା। ସେହିପରି ଏବେ ଦେଶକୁ ସ୍ବଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଗାନ୍ଧୀ ସର୍ବଦା କହିଆସୁଥିଲେ ।
ଗାନ୍ଧୀଙ୍କ ଜୀବନର ଗୋଟିଏ ଘଟଣା ଏହି ମର୍ମକୁ ଅତି ସରଳ ଢଙ୍ଗୀରେ ବର୍ଣ୍ଣନା କରେ । ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ଗୋଟିଏ ଥର ସେ ଭାରତୀୟ କଂଗ୍ରେସର କଲିକତା ଅଧିବେଶନରେ ଯୋଗ ଦେବାକୁ ଭାରତ ଆସିଥିଲେ । ଏଠାରେ ଦକ୍ଷିଣ ଆଫ୍ରିକାରେ କିପରି ଭାରତୀୟଙ୍କୁ ହୀନ ବ୍ୟବହାର କରାଯାଏ ସେ ନେଇ ଅପିଲ କରିଥିଲେ । ଏହି ସମୟରେ ଗାନ୍ଧୀ କ୍ୟାମ୍ପକୁ ଅପରିଷ୍କାର ଦେଖି ତାକୁ ସଫା କରିବାକୁ ସ୍ବଂୟସେବୀଙ୍କୁ କହିଥିଲେ । ଆଉ ଉତ୍ତରରେ ଆସିଥିଲେ ଏସବୁ ‘ସ୍ବିପରଙ୍କ କାମ ’। ଏଥିରୁ ସେ ଦେଖିପାରିଥିଲେ ଲୋକଙ୍କ ମନରେ ରହିଥିବା ସ୍ବଚ୍ଛତାର ତଦ୍ରୁପ ରୂପ ।
ତେବେ ଏଠାରେ ଗାନ୍ଧୀ ଚୁପ ରହିନଥିଲେ । ମର୍ଡନ ଡ୍ରେସ ପିନ୍ଧି ବି ହାତରେ ଝାଡୁ ଧରି ସମଗ୍ର ପରିସରକୁ ସଫା କରିବାରେ ଲାଗିପଡିଥିଲେ । ଏହା ପରେ ସେଠାରେ କଂଗ୍ରେସ କ୍ୟାଡରର ସ୍ଥାପନା କରିଥିଲେ । ସମାଜ ପ୍ରତି ତାଙ୍କର ଏହି ମହନୀୟତା ଓ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ‘ଜାତିର ପିତା’ ଦର୍ଜା ମିଳିଥିଲା । ପରେ କଂଗ୍ରେସ ପାର୍ଟି ଓ ତାହାର ସ୍ବଂୟସେବୀ ମିଳିତ ଭାବେ “bhangi” ଗ୍ରୁପର ଗଠନ କରିଥିଲେ । ସାଧାରଣତଃ ସ୍ବିପରଙ୍କୁ ଏହି ନାମରେ ଡକାଯାଇଥାଏ । କାରଣ ଅଧିକାଂଶ ଭାବେ ଏମାନେ ସୀମାନ୍ତ ଶ୍ରେଣୀରୁ ଆସିଥାନ୍ତି । ତେବେ ଗାନ୍ଧୀଙ୍କ ବିଚାରରେ ଅନୁପ୍ରଣୀତ ହୋଇ ଉଚ୍ଚ ବର୍ଗର ଲୋକ ମଧ୍ୟ ଏହି ଦଳରେ ସାମିଲ ହୋଇ ଦେଶର ବିଭିନ୍ନ ପ୍ରାନ୍ତର ସଫା କରିଥିଲେ । ଗାନ୍ଧୀଙ୍କ ଏହି ଅଭିଯାନ ପରବର୍ତ୍ତୀ ସମୟରେ ଜାତି ଭେଦ, ଛୁଆଁ-ଅଛୁଆଁ ଦୂର ନେଇ ଏକ ବଡ ଧରଣର ବିପ୍ଲବ ଭାବେ ମୁଣ୍ଡ ଟେକିଥିଲା ।
ବାସ୍ତବରେ ସ୍ବଚ୍ଛତା ନେଇ ମହାତ୍ମା ଗାନ୍ଧୀଙ୍କ ଏହି ଚିନ୍ତା ସତ୍ୟାଗ୍ରହର ମୂଳମନ୍ତ୍ର ଥିଲା । ଯାହାକି ପରବର୍ତ୍ତୀ ସମୟରେ ଦକ୍ଷିଆ ଆଫ୍ରିକାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା । ସାମଜରେ ପରିବେଶ ବ୍ୟତିତ ବ୍ୟକ୍ତିଗତ ସ୍ବଚ୍ଛତାର ମଧ୍ୟ ଅଭାବ ଥିଲା । ଏହାର ବିରୋଧରେ ରାଷ୍ଟ୍ରୀୟ ସଂସଦକୁ ଗାନ୍ଧୀ ଏକ ଖୋଲା ଚିଠି ଲେଖିଥିଲେ । ଏଥିସହ ଭାରତରେ ମଧ୍ୟ ସ୍ବଚ୍ଛତାର ଜୋରଦାର ପ୍ରଚାର କରିଥିଲ । ସେହି ସମୟରେ ମାଡ୍ରାସ (ଏବେ କାର ଚେନ୍ନାଇ)ରେ ଏକ ଭାଷଣ ଦେଇ ଗାନ୍ଧୀ କହିଥିଲେ ଯେ, ଗୋଟିଏ ଶୌଚାଳୟ ଗୋଟିଏ ଡ୍ରଇଙ୍ଗ ରୁମ ଭଳି ସଫା ରହିବା ଦରକାର ।