ଓଡିଶା

odisha

ETV Bharat / bharat

ହୃଦଘାତରେ 18 ବର୍ଷିୟା କୋରୋନା ସନ୍ଦିଗ୍ଧ ମୃତ - କୋରୋନା ଭାଇରସ ଖବର

କୋରୋନା ଭାଇରସରେ ପୀଡିତ ଥିବା 18 ବର୍ଷର ବାଳିକା ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଛି। ପରିବାରକୁ COVID-19 ପ୍ରୋଟୋକଲ୍ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି | ଅଧିକ ପଢନ୍ତୁ...

suspected-covid-patient-dies-in-j-and-ks-kupwara
ଜମ୍ମୁକାଶ୍ମୀରରେ 18 ବର୍ଷିୟ ବାଳିକା କୋରୋନା ସନ୍ଦିଗ୍ଧ ମୃତ

By

Published : May 2, 2020, 12:42 PM IST

ଶ୍ରୀନଗର: ଜମ୍ମୁକାଶ୍ମୀରରେ 18 ବର୍ଷିୟା କୋରୋନା ସନ୍ଦିଗ୍ଧ ମୃତ । କୋରୋନା ଭାଇରସରେ ପୀଡିତ ଥିବା ଜଣେ 18 ବର୍ଷୀୟା ଯୁବତୀ ଶୁକ୍ରବାର ଦିନ ଜମ୍ମୁକାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛି । ଏହା ପରେ କର୍ତ୍ତୃପକ୍ଷ ତାଙ୍କୁ କୋଭିଡ ପ୍ରୋଟୋକଲ ଅନୁଯାୟୀ ସମାଧି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଜମ୍ମୁକାଶ୍ମୀରର କୁପୱାଡା ଲାଙ୍ଗେଟ୍ ଅଞ୍ଚଳର ନାବାଳିକାକୁ ବାରାମୁଲାର ସରକାରୀ ମେଡିକାଲ୍ କଲେଜ (ଜିଏମ୍ସି) ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେ ପହଞ୍ଚିବା ପରେ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପରିବାର କହିବା ଅନୁଯାୟୀ ଜ୍ବର ଏବଂ ନିଶ୍ବାସ ପ୍ରଶ୍ବାସ ଅସୁବିଧା ହୋଇଥିବା ଜଣାପଡିଛି । ଏଗୁଡ଼ିକ ଫ୍ଲୁର ଲକ୍ଷଣ ଏବଂ ଆମେ ପରୀକ୍ଷା ପାଇଁ ତାଙ୍କ ସ୍ବାବ ନେଇଥିଲୁ | ଏହି ସମୟରେ ପରିବାରକୁ କୋଭିଡ ପ୍ରୋଟୋକଲ୍ ଅନୁଯାୟୀ ଶେଷ ରୀତିନୀତି କରିବାକୁ ପରାମର୍ଶ ଦିଆଯାଇଛି |

ଜିଏମସି ହସ୍ପିଟାଲର ମେଡିକାଲ ଅଧୀକ୍ଷକ କହିଛନ୍ତି ଯେ ଆମେ ମୃତଦେହ ପରିବାରକୁ ହସ୍ତାନ୍ତର କରିଛୁ ଏବଂ କୋଭିଡ ପ୍ରୋଟୋକଲ ଅନୁସରଣ କରି କବର ଦିଆଯିବା ପାଇଁ କୁହାଯାଇଛି । କୁପୱାରା ଡିଏମ ଏବଂ ସମ୍ପୃକ୍ତ ବ୍ଲକ ମେଡିକାଲ ଅଧିକାରୀଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଥାଉକି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ 639 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 247 ଜଣ ସୁସ୍ଥ ହୋଇଛନ୍ତି । 8 ଜଣ ମହାମାରୀ କୋରୋନା ସଂକ୍ରମଣରେ ମୃତୁବରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details