ଓଡିଶା

odisha

ETV Bharat / bharat

ଗଙ୍ଗାରେ ମା' ସୁଷମାଙ୍କ ଅସ୍ଥି ବିସର୍ଜନ କଲେ ଝିଅ ବାଂଶୁରୀ - ସୁଷମାଙ୍କ ଅସ୍ଥି ବିସର୍ଜନ କଲେ ଝିଅ ବାଂଶୁରୀ

ଗଙ୍ଗା ନଦୀରେ ସୁଷମା ସ୍ବରାଜଙ୍କ ଅସ୍ଥି ବିସର୍ଜିତ । ମା' ସୁଷମାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ଝିଅ ବାଂଶୁରୀ ସ୍ବରାଜ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 8, 2019, 1:59 PM IST

ନୂଆଦିଲ୍ଲୀ: ଗୁରୁବାର ଗଙ୍ଗା ନଦୀରେ ସୁଷମା ସ୍ବରାଜଙ୍କ ଅସ୍ଥି ବିସର୍ଜିତ । ଲୋତକପୂର୍ଣ୍ଣ ଆଖି, କାନ୍ଦକାନ୍ଦ ମୁହଁରେ ମା' ସୁଷମାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ଝିଅ ବାଂଶୁରୀ ସ୍ବରାଜ, ସାଥିରେ ଥିଲେ ସୁଷମାଙ୍କ ସ୍ବାମୀ ସ୍ବରାଜ କୌଶଳ ।

ଭିଡିଓ ସୌଜନ୍ୟ: ଏଏନଆଇ

ଗତକାଲି ପଞ୍ଚଭୂତରେ ବିଲୀନ ହୋଇଥିଲା ସୁଷମା ସ୍ବରାଜଙ୍କ ମର ଶରୀର । ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସହସ୍ରାଧିକ ନେତା, ଜନତା ।

ଜଣେ ସଫଳ ଲୋକପ୍ରିୟ ରାଜନୀତିଜ୍ଞ, ମୁଖ୍ୟମନ୍ତ୍ରୀ, ବର୍ହିବ୍ୟାପାର ମନ୍ତ୍ରୀ ଅନନ୍ୟ ପ୍ରତିଭାର ଅଧିକାରିଣୀଙ୍କୁ ହରାଇ ଦେଶ ମର୍ମାହତ । ଅପୂରଣୀୟ କ୍ଷତି କରି ଇହଧାମରୁ ବିଦାୟ ନେଇଛନ୍ତି ସୁଷମା ସ୍ବରାଜ ।

ABOUT THE AUTHOR

...view details