ଓଡିଶା

odisha

ETV Bharat / bharat

ଆଜି ସୁଷମାଙ୍କ ଜନ୍ମଦିନ, ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ସ୍ବାମୀ - sushma swaraj

ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ବରାଜଙ୍କ ଆଜି 68ତମ ଜୟନ୍ତୀ। ସୁଷମାଙ୍କ ଜନ୍ମଦିନରେ ତାଙ୍କୁ ମନେ ପକାଇ ଟ୍ବିଟରରେ ଏକ ସୁନ୍ଦର ଫଟୋ ଅପଲୋଡ କରିଛନ୍ତି ସୁଷମାଙ୍କ ସ୍ବାମୀ ସ୍ବରାଜ କୌଶଳ । ଅଧିକ ପଢନ୍ତୁ...

sushma-swaraj
ସୁଷମା ସ୍ବରାଜ

By

Published : Feb 14, 2020, 8:44 AM IST

Updated : Feb 14, 2020, 10:36 AM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ବରାଜଙ୍କ ଆଜି 68 ତମ ଜୟନ୍ତୀ । ତାଙ୍କ ଜନ୍ମଦିନରେ ତାଙ୍କୁ ମନେ ପକାଇ ଟ୍ବିଟରରେ ଏକ ସୁନ୍ଦର ଫଟୋ ଅପଲୋଡ କରିଛନ୍ତି ସୁଷମାଙ୍କ ସ୍ବାମୀ ସ୍ବରାଜ କୌଶଳ । ଏଥିସହ ସେ ଲେଖିଛନ୍ତି, ଆମ ଜୀବନର ଖୁସୀ ସୁଷମା ସ୍ବରାଜଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା । ଫଟୋରେ ସୁଷମା ହାତରେ ଛୁରୀ ଧରି କେକ ସାମ୍ନାରେ ବସିଥିବା ଦେଖିବାକୁ ମିଳିଛି ।

ସୁଷମା ସ୍ବରାଜ

ଅନ୍ୟପକ୍ଷରେ ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ। ଅମିତ ଶାହ ଟ୍ବିଟ କରି କହିଛନ୍ତି, 'ଜଣେ ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ। ତାଙ୍କର ଉଦାରତା ଏବଂ ସାହାଯ୍ୟକାରୀ ମନୋଭାବ ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ ।'

ପୀୟୂଷ ଗୋଏଲ ଟ୍ବିଟ କରି ଲେଖିଛନ୍ତି, 'ସୁଷମା ସ୍ବରାଜଙ୍କୁ ତାଙ୍କ ଜନ୍ମ ଦିବସରେ ନମନ । ସେ ସର୍ବଦା ଖୁସିରେ ରହୁଥିଲେ, କଠିନ ସମୟରେ ମଧ୍ୟ ଧୈର୍ଯ୍ୟ ଧରି ରହୁଥିଲେ । ତାଙ୍କଠାରୁ ମୋତେ ସର୍ବଦା ସ୍ନେହ ମିଳିଛି । ସେ ଏଭଳି ଆମକି ଛାଡି ଚାଲିଯିବେ ବୋଲି କେବେ କଳ୍ପନା କରିନଥିଲି । ତାଙ୍କ ଆଦର୍ଶ ସର୍ବଦା ଜୀବିତ ରହୁ ।'

ସୁଷମା ସ୍ବରାଜ 1952 ଫେବୃୟାରୀ 14 ତାରିଖରେ ଅମ୍ବାଲା କ୍ୟାଣ୍ଟନମେଣ୍ଟଠାରେ ଜନ୍ମଗ୍ରହଣ କରିଥିଲେ। ସ୍ବଳ୍ପ ସମୟ ପାଇଁ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ବ ତୁଲାଇଥିବା ସୁଷମା ମାତ୍ର 25 ବର୍ଷ ବୟସରେ ହରିୟାଣାର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ । ୩ଥର ରାଜ୍ୟ ସଭା ସଦସ୍ୟ ହେବା ସହିତ ସେ ଦୁଇଥର ହରିୟାଣା ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସେ ସୂଚନା ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ବୈଦେଶିକ ମନ୍ତ୍ରୀ ଭାବରେ ଖୁବ ଲୋକପ୍ରିୟ ଥିଲେ ସୁଷମା । ବିଦେଶରେ ଫସିଥିବା ଭାରତୀୟଙ୍କ ସାହାଯ୍ୟ ପାଇଁ ସେ ସର୍ବଦା ଆଗେଇ ଆସୁଥିଲେ ।

Last Updated : Feb 14, 2020, 10:36 AM IST

ABOUT THE AUTHOR

...view details