ଓଡିଶା

odisha

ETV Bharat / bharat

ରାହୁଲ ନା ସୁଷମା: ଅଧିକ ମଜାଳିଆ କିଏ ?

ସବୁଠାରୁ ମଜାଦାର ଉତ୍ତର 2017ରେ ସୁଷମା ଦେଇଥିଲେ ଯେତେବେଳେ ଜଣେ ଲୋକ ପଚାରିଥିଲେ ଯେ ମୁଁ ମଙ୍ଗଳ ଗ୍ରହରେ ଫସିଛି ମଙ୍ଗଳଯାନ 2 କେବେ ଆସିବ ? ଏହାର ଉତ୍ତର ଦେଇ ସୁଷମା ଲେଖିଥିଲେ ଯେ ଯଦି ବି ଆପଣ ମଙ୍ଗଳ ଗ୍ରହରେ ଫସିଯିବେ, ବୈଦେଶିକ ମନ୍ତ୍ରଣାଳୟ ସେଠାରେ ମଧ୍ୟ ଆପଣଙ୍କ ପାଖରେ ପହଞ୍ଚି ଆପଣଙ୍କୁ ସାହାଯ୍ୟ କରିବ ।

ଡିଜାଇନ ଫଟୋ

By

Published : Apr 3, 2019, 10:28 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ନିଜ ମଜାଳିଆ ସ୍ବଭାବ ପାଇଁ ପରିଚିତ । ଟ୍ବିଟରରେ ସେ ନିଜର ପ୍ରତିକ୍ରିୟା ଦେବା ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେହିପରି ଏକ ମଜାଦାର ଟ୍ବିଟ୍‌ ଦେଖିବାକୁ ମିଳିଥିଲା ।

ନିକଟରେ ଜଣେ ଟ୍ବିଟର ବ୍ୟବହାରକାରୀ ସୁଷମା ସ୍ବରାଜଙ୍କୁ ନିଜର ଶାଶୁ ଓ ଶ୍ବଶୁରଙ୍କୁ ଭିସା ଦେବାରେ ସାହାଯ୍ୟ ମାଗିଥିଲେ । ଏହାର ଉତ୍ତରରେ ଟ୍ବିଟ୍‌ କରି ସୁଷମା କହିଥିଲେ ଯେ ଶ୍ବଶୁର ଘରଲୋକଙ୍କୁ ଭାରତୀୟ ଭିସା ଦେବାରେ ସେ ସାହାଯ୍ୟ କରିବେ । ଏହି ଟ୍ବିଟ୍‌ରେ ଆଜି ସକାଳେ ସୁଷମାଙ୍କୁ ଜଣେ ଟ୍ବିଟର ବ୍ୟବହାରକାରୀ ଟ୍ବିଟ୍‌ କରି ଲେଖିଥିଲେ, "ଆପଣ ରାହୁଲ ଗାନ୍ଧୀଙ୍କ ଠାରୁ ମଧ୍ୟ ଅଧିକ ମଜାଳିଆ ସ୍ବଭାବର ଅଟନ୍ତି ।"

ତେବେ ଏହାର ଉତ୍ତରରେ ସୁଷମା ଟ୍ବିଟ୍‌ କରି ଲେଖିଥିଲେ, ‘ତାହେଲେ ମୋତେ ମଜାଳିଆ ସ୍ବଭାବ ଛାଡିଦେବା ଉଚିତ ।’ ଏକ ଘଣ୍ଟା ମଧ୍ୟରେ ଏହି ଟ୍ବିଟ୍‌କୁ 6000 ଲାଇକ୍‌ ମିଳିବା ସହ 1000 ଜଣ ରିଟ୍ବିଟ୍‌ କରିଥିଲେ । ଏହି କମେଣ୍ଟର ଅନେକ ଲୋକ ପ୍ରଶଂସା ମଧ୍ୟ କରିଥିଲେ । ସୁଷମା ନିଜ ବାକ୍‌ ଚତୁରୀ ତଥା ମଜାଳିଆ ଟ୍ବିଟ୍‌ ପାଇଁ ପ୍ରସିଦ୍ଧ ।

ପୂର୍ବରୁ ଜଣେ ବ୍ୟବହାରକାରୀ ତାଙ୍କୁ କହିଥିଲେ ଯେ ସୁଷମା ଜଣେ ଚୌକିଦାର ନୁହଁନ୍ତି । ପାସପୋର୍ଟ ପାଇଁ ଅପେକ୍ଷା କରି ସେ ତାଙ୍କ ଚାକିରୀ ହରାଇଥିବା ଉକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ । ଏହାର ଉତ୍ତରରେ ସୁଷମା କହିଥିଲେ ଯେ ତାରିଫ ପାଇଁ ଧନ୍ୟବାଦ । ଆପଣଙ୍କ ସହ ଆମ ମନ୍ତ୍ରଣାଳୟ ଶୀଘ୍ର ଯୋଗାଯୋଗ କରିବ ।

ଏପରିକି କିଛିଦିନ ପୂର୍ବେ କେତେକ ଟ୍ବିଟର ବ୍ୟବହାରକାରୀ ଲେଖିଥିଲେ ଯେ ସୁଷମାଙ୍କ ବ୍ୟକ୍ତିଗତ ସଚିବ ତାଙ୍କ ଟ୍ବିଟର ଚଲାନ୍ତି । ଏହାର ଉତ୍ତରରେ ସୁଷମା ଲେଖିଥିଲେ ସମସ୍ତେ ନିଶ୍ଚିତ ରୁହନ୍ତୁ । ଏହା ମୁଁ ନିଜେ, ମୋ ଭୂତ ନୁହେଁ । ସବୁଠାରୁ ମଜାଦାର ଉତ୍ତର 2017ରେ ସୁଷମା ଦେଇଥିଲେ ଯେତେବେଳେ ଜଣେ ଲୋକ ପଚାରିଥିଲେ ଯେ ମୁଁ ମଙ୍ଗଳ ଗ୍ରହରେ ଫସିଛି ମଙ୍ଗଳଯାନ 2 କେବେ ଆସିବ ?

ଏହାର ଉତ୍ତର ଦେଇ ସୁଷମା ଲେଖିଥିଲେ ଯେ ଯଦି ବି ଆପଣ ମଙ୍ଗଳ ଗ୍ରହରେ ଫସିଯିବେ, ବୈଦେଶିକ ମନ୍ତ୍ରଣାଳୟ ସେଠାରେ ମଧ୍ୟ ଆପଣଙ୍କ ପାଖରେ ପହଞ୍ଚି ଆପଣଙ୍କୁ ସାହାଯ୍ୟ କରିବ । ଅନେକ ସମୟରେ ସୁଷମାଙ୍କ ଏପରି ମଜାଳିଆ ଅନ୍ଦାଜକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details